ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ବ୍ଲକ ସମ୍ମିଳନୀ କକ୍ଷରେ 9ଘଟିକା ସମୟ ରେ ଜିଲ୍ଲାପାଳ ଅକ୍ଷୟ ସୁନିଲ୍ ଅଗ୍ରୱାଲ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସମୂଦାୟ ୧୦୩ ଅଭିଯୋଗ ପଞ୍ଜକୃତ ହୋଇଥିଲା । ସେ ମଧ୍ୟରେ ବିଶେଷ ମୌଳିକ ଭାବେ ସମସ୍ୟା ୯୬ ବ୍ୟକ୍ତିଗତ ଶୁଣାଣିରେ ରାସନ୍ କାର୍ଡ ସମସ୍ୟା,ଆବାସ ଯୋଜନାରୁ ବଞ୍ଚିତ ସମସ୍ୟା, ସାମାଜିକ ସୁରକ୍ଷାରେ ବାର୍ଦ୍ଧକ୍ୟ ଭତ୍ତା ସମସ୍ୟା ଅଧିକ ରହିଥିଲା ।ଗ୍ରାମ୍ୟ ସମସ୍ୟା ୪,ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ୩ ରହିଥିଲା । ଜିଲ୍ଲାପାଳ ଅଗ୍ରୱାଲ ଙ୍କ ସହ ଆରକ୍ଷୀ ଅଧିକ୍ଷକ ଏସ୍ .ସୁଶ୍ରୀ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମ୍ମାଦାର, ରଣପୁର ତହସିଲଦାର ଡ଼ଃ ଆର୍ଯ୍ୟ କୁମାର ସର୍ଭ ଦମନ ,ସମସ୍ତ ଜିଲ୍ଲା ସ୍ତରୀୟ ଲାଇନ୍ ବିଭାଗୀୟ ଉଚ୍ଚ ଅଧିକାରୀ ଓ ବ୍ଲକସ୍ତରୀୟ ଉଚ୍ଚ ଅଧିକାରୀ ଉପସ୍ଥିତ ଥିଲେ । ରଣପୁର ବିଡ଼ିଓ ମନୋଜ କୁମାର ନାୟକ ଶୁଣାଣି ଶିବିରକୁ ଶୃଙ୍ଖଳିତ କରିଥିଲେ । ବ୍ଲକ କର୍ମଚାରୀ ସହଯୋଗ କରିଥିଲେ ।
