ଅଖିଳ ଭାରତ ଗଣତାନ୍ତ୍ରିକ ଗଣତାନ୍ତ୍ରିକ ମହିଳା ସମିତି (AIDWA) ଓ ଭାରତର ଶ୍ରମିକ ସଂଗଠନ କେନ୍ଦ୍ର (CITU) ର ବ୍ଳକ କମିଟି ଆହ୍ଵାନ କ୍ରମେ ଆଜି ୮ ମାର୍ଚ୍ଚ ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀ ରେ ମହିଳାମାନଙ୍କ ” ମର୍ଯ୍ୟାଦା ପୂର୍ଣ୍ଣ ଜୀବନ ଓ ଆମ ଅଧିକାର ” ଶୀର୍ଷକ ଏକ ଆଲୋଚନାଚକ୍ର ଗୋଡିପାଟଣା ସାହି ସ୍ଥିତ ଶହୀଦ ରଘୁ-ଦିବାକର ଭବନ ଠାରେ ମହିଳା ସମିତିର ବ୍ଳକ ସଭାନେତ୍ରୀ ସଞ୍ଜୁକ୍ତା ସେଠୀଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇଯାଇଛି। ସାମନ୍ତ ବାଦୀ ସମାଜ ରୁ ଆରମ୍ଭ କରି ୧୯୨୨ ପର୍ଯ୍ୟନ୍ତ ମହିଳା ଭୟ ରୁ ମୁକ୍ତି ଓ ଅଧିକାର ପାଇବା ପାଇଁ ଆବଶ୍ୟକ ଲଢେଇ ରୁ ହିଁ ଆଜିର ମହିଳା ଦିବସ ଜନ୍ମ ନେଇଛି ବୋଲି ଆଲୋଚକ ମାନେ ମତ ବ୍ୟକ୍ତ କରିଥିଲେ। ରୁଷ ର ପ୍ରାକ୍ତନ ରାଷ୍ଟ୍ରପତି ଭ୍ଲାଦିମିର୍ ଲେନିନ୍ ରୁଷ ବିପ୍ଳବ ରେ ମହିଳାଙ୍କ ଅଂଶ ଗ୍ରହଣ କୁ ସନମାନ ଦେଇ ମହିଳାଙ୍କ ଅଧିକାର ମର୍ଯ୍ୟାଦା ଦୃଷ୍ଟିରୁ ମାର୍ଚ ୮ କୁ ଆନ୍ତର୍ଜାତିକ ମହିଳା ଦିବସ ରେ ସମ୍ପୂର୍ଣ୍ଣ ଛୁଟି ଦିବସ ଭାବେ ପାଳନ କରିବାକୁ ନିଷ୍ପତି କରିଥିଲେ। ଏ ସମାଜ ରେ ମହିଳା ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ସମାଜ ର ପ୍ରଗତି ମହିଳା ସମାଜ କୁ ଛାଡିକି ସମ୍ଭବ ନୁହେଁ। ଆଜି ଦିନରେ ସରକାର ମାନେ ବେଟି ବଚାଅ ବେଟି ବଢାଅ କିମ୍ବା ମହିଳା ସସସ୍ତ୍ରୀକରଣ କଥା କହୁ ଥିଲେ ମଧ୍ଯ ତାହା ବାସ୍ତବ ରେ ରୂପାୟନ ହୋଇ ପାରି ନାହିଁ। ମହିଳାଙ୍କୁ ରାଜନୈତିକ ଦୃଷ୍ଟିରୁ ବିଭିନ୍ନ ଦଳ ବ୍ୟବହାର କରି ନିଜର ଲାଭ ଉଠାଉ ଥିଲାବେଳେ ସମାଜରେ ମହିଳା ଶୋଷଣ,ଧର୍ଷଣ ମହିଳା ନିର୍ଯ୍ୟାତନା ଓ ହତ୍ୟା କ୍ଷିପ୍ର ଗତିରେ ବଢି ଚାଲିଛି। ସେହିଭଳି ମହିଳା ମାନେ ଆଜି ଅନ୍ଧ ବିଶ୍ବାସ କୁଂସ୍କାର ଦ୍ବାରା ଦୈନ ଦିନ ନିର୍ଯ୍ୟାତିତ ହେଉଛନ୍ତି। ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ମହିଳାଙ୍କ ସମାନତା ଅଧିକାର ଓ ନ୍ୟାୟ ପାଇଁ ଲଢ଼ୁଥିବା ବେଳେ ଶ୍ରମିକ ସଂଗଠନ ମହିଳା ଶ୍ରମିକଙ୍କ ନିଯୁକ୍ତି , ଉପଯୁକ୍ତ ପ୍ରାପ୍ୟ ଓ ସାମାଜିକ ସୁରକ୍ଷା ପାଇଁ ଅହରହ ଲଢେଇ କରୁଛନ୍ତି। ମହିଳା ସମାଜ ଜୀବନ ଜୀବିକାର ସୁରକ୍ଷା , ସାମାଜିକ ହିଂସା ରୁ ମୁକ୍ତି ଦାବୀ ରେ ଐକ୍ଯବଦ୍ଧ ଲଢେଇ ପାଇଁ ଆଜିର ଦିବସରେ ଶପଥ ନେବାକୁ ଆଲୋଚକ ମାନେ ଆହ୍ଵାନ ଦେଇଥିଲେ।
ଏହି ଆଲୋଚନା ଚକ୍ର ରେ ମୁଖ୍ଯ ଆଲୋଚକ ଭାବେ ହାଇକୋର୍ଟ ର ଯୁବ ଆଇନଜୀବୀ କବିରାଜ ପ୍ରଧାନ, ମହିଳା ସମିତିର ଜିଲ୍ଲା ସଭାନେତ୍ରୀ ବୈଜୟନ୍ତି ମିଶ୍ର, ଶ୍ରମିକ ନେତା ସୁରେଶ ସ୍ଵାଇଁ,ସୁକାନ୍ତି ଜେନା, ପୁଷ୍ପାଞ୍ଜଳୀ ସେନାପତି , ନିତ୍ୟାନନ୍ଦ ପରିଡ଼ା ଓ ଦୁଃଶାସନ ଜେନା ପ୍ରମ୍ମୁଖ ଆଲୋଚନା କରିଥିଲେ।
ରଣପୁର ରେ ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀ ରେ ଆଲୋଚନାଚକ୍ର ଅନୁଷ୍ଠିତ।
