ରଣପୁର ରେ କୃଷକ ସଭାର ୨୫ ତମ ରାଜ୍ୟ ସମ୍ମିଳନୀର ସଫଳତା ଓ କର୍ପୋରେଟ ଲୁଟୁ ବିରୋଧରେ ସଭା ଓ ପ୍ରତିବାଦ
କେନ୍ଦ୍ର ମୋଦୀ ସରକାରଙ୍କ କର୍ପୋରେଟ ଲୁଣ୍ଠନ ଚୁକ୍ତି ବିରୋଧରେ ” ସଂଯୁକ୍ତ କିଶାନ ମୋର୍ଚା ଓ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମିଳିତ ମଞ୍ଚ” ଡାକରାରେ ଆଜି ୧୩ ଅଗଷ୍ଟ ଦେଶ ବ୍ୟାପୀ ପ୍ରତିବାଦ ଦିବସ ପରିପ୍ରେକ୍ଷୀରେ ରଣପୁରରେ କୃଷକ ଓ ଶ୍ରମିକ ଏକତା ମଞ୍ଚ ତରଫରୁ ପ୍ରତିବାଦ ସଭା ସହ ରଣପୁରରେ କୃଷକ ସଭା ର ୨୫ ତମ ରାଜ୍ୟ ସମ୍ମିଳନୀ ର ସଫଳତା ପାଇଁ ଆହ୍ୱାନ ଦିଆ ଯାଇଛି।
ଆଜି ଦିବା ୧୧ ଘଟିକା ସମୟରେ ରଣପୁର ଗୋଡିପାଟଣା ସାହି ସ୍ଥିତ ଶହୀଦ ରଘୁଦିବାକର ଭବନ ସଭା କକ୍ଷରେ ସାଥୀ ଦୁଃଶାସନ ଜେନା ଙ୍କ ସଭାପତିତ୍ୱ ରେ କୃଷକ ସଭାର ରାଜ୍ୟ ସମ୍ମିଳନୀ ପାଇଁ ଗଠିତ ଅଭ୍ୟର୍ଥନା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇ ଥିଲା। କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ରଙ୍କ ସମ୍ମିଳନୀ ସଫଳତା ପାଇଁ ପ୍ରସ୍ତାବିତ୍ତ ପ୍ରସ୍ତାବ ଗୁଡିକୁ ସର୍ବାନ୍ତ କରଣେ ସଫଳ କରିବା ପାଇଁ ରାଜ୍ୟ ସଭାପତି ଜମ୍ବେଶ୍ୱର ସମନ୍ତରାୟ, ରାଜ୍ୟ ନେତା ଭୀମସେନ ସ୍ୱାଇଁ, ଅଭିରାମ ବେହେରା, ଶ୍ରମିକ ନେତା ସୁରେଶ ସ୍ୱାଇଁ, ଯୁବ ନେତା ସରୋଜ ନାୟକ ଆହ୍ୱାନ ଦେଇଥିଲା ବେଳେ ବିଭିନ୍ନ ଗଣ ସଂଗଠନ ତରଫରୁ ଏହାକୁ ସମର୍ଥନ କରି ଗଦାଧର ପ୍ରଧାନ, ଜ୍ୟୋତି ପ୍ରଭା ଜେନା, ରଜତ କୁମାର ପ୍ରଧାନ, ଭିକାରୀ ଚରଣ ସାହୁ, ପବିତ୍ର ଇନ୍ଦ୍ରଜିତ,ଗଣେଶ୍ୱର ନାୟକ, ବୈକୁଣ୍ଠ ଖୁଣ୍ଟିଆ, ଚାପଧାରୀ ରାଉତ,କୁଳମଣି ପଲେଇ, ଜ୍ୟୋସ୍ନା ନାୟକ, ସୁଶୀଲ ମହାନ୍ତି ପ୍ରମ୍ମୁଖ ପ୍ରସ୍ତାବିତ୍ତ ରିପୋର୍ଟ ଉପରେ ଆଲୋଚନା କରିବା ସହ ସମ୍ମିଳନୀ ର ସଫଳତା କାମନା କରିଥିଲେ।

ସମ୍ମିଳନୀ କୁ ଅଭ୍ୟର୍ଥନା ଦେବା ପାଇଁ ଗଠିତ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଭାବେ କବି ଓ ଲେଖକ ବିଶ୍ଵନାଥ ମହାପାତ୍ର, ସଂପାଦକ ଭାବେ ହରିଶ୍ଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ଭାବେ ଗଦାଧର ପ୍ରଧାନ ଉପାଧ୍ୟକ୍ଷ ଭାବେ ଗୋଲକ ମୁଦୁଲି, ଶରତ ବେହେରା, ନିତ୍ୟାନନ୍ଦ ପରିଡା, ସୁରେଶ ସ୍ୱାଇଁ, ଦୁଃଶାସନ ଜେନା, ସରୋଜ ନାୟକ, ଯୁଗ୍ମ ସମ୍ପାଦକ ଭାବେ ରଜତ ଜେନା, ପବିତ୍ର ଇନ୍ଦ୍ରଜିତି, ବୈକୁଣ୍ଠ ଖୁଣ୍ଟିଆ, ଜ୍ୟୋତିପ୍ରଭା ଜେନା ପ୍ରମ୍ମୁଖ ନିର୍ବାଚିତ ହୋଇଥିଲେ।ମୋଦୀ ସରକାରଙ୍କ ଚାଷୀ ମାରଣା ନୀତି ଏବଂ ବ୍ରିଟେନ ଓ ଆମେରିକା ସହ କରିଥିବା ଆର୍ଥିକ ଓ ବାଣୀଜ୍ଵିକ ଚୁକ୍ତି ଚାଷୀ, ଚାଷ ଓ ଶ୍ରମିକ ଶ୍ରେଣୀ ସର୍ବଶ୍ରାନ୍ତ କରିବ ବୋଲି ପଞ୍ଚୁଦୋଳ ପଡିଆ ଠାରେ କୃଷକ ଓ ଶ୍ରମିକ ମଞ୍ଚ ତରଫରୁ ଅନୁଷ୍ଠିତ ପ୍ରତିବାଦ ସଭା ବକ୍ତା ମାନେ ଅଭିଯୋଗ କରିବା ସହ ଏହା ବିରୋଧରେ ଦୃଢ଼ ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଥିଲେ। ବ୍ରିଟିଶ ର ଇଷ୍ଟି ଇଣ୍ଡିଆ କମ୍ପାନୀ ଭଳି ବହୁଜାତୀୟ କର୍ପୋରେଟ ମାନଙ୍କର ଭାରତ ବର୍ଷରେ ଅନୁପ୍ରବେଶ ବାତିଲି ଓ କର୍ପୋରେଟ ଲୁଟୁ ବନ୍ଦ କରିବା ପାଇଁବକ୍ତା ମାନେ ଦୃଢ଼ ଦାବୀ କରିବା ସହ ଏକ ସ୍ମାରକ ପତ୍ର ପ୍ରଧାନ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ଙ୍କ ଜରିଆରେ ପ୍ରଦାନ କରାଯାଇ ଥିଲା।