ରଣ ପୁର ମହୋତ୍ସବ “ଅର୍ଜୁନ—୨୦୨୫” ର ଗଣ ଦୌଡ଼,ଉଦଘାଟନୀ ଉତ୍ସବରେ ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ରଣପୁର କଳା ସଂସ୍କୃତି ଐତିକ ପରମ୍ପରା ଓ ଶହୀଦ ମାନଙ୍କ ବୀରତ୍ଵ ସ୍ମୃତି ସାଉଁଟିବା ପାଇଁ ୨୦୦୬ ମସିହାରୁ ରଣପୁର ମହୋତ୍ସବ ଅର୍ଜୁନ ଅନୁଷ୍ଠିତ ହୋଇଆସୁଥିବା ବେଳେ ପ୍ରତେକ ବର୍ଷ ଭଳି ଚଳିତବର୍ଷ ଆଜି ଠାରୁ ଆରମ୍ଭ ହୋଇଛି । ଏହି ମହୋତ୍ସବ ପାଞ୍ଚଦିନ ଧରି ଜାନୁଆରୀ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଓଡିଶା ଅନୁଷ୍ଠିତ ହେଉଥିବା ବିଭିନ୍ନ ମହୋତ୍ସବ ଭିତରୁ ଏହା ଅଭିନ୍ନ ହୋଇଥିବା ବେଳେ ରଣପୁର ମାଟିରେ ଶହୀଦ ହୋଇଥିବା ବିରଙ୍ଗନାମାନଙ୍କ ସ୍ମୃତି ଉଦ୍ଦେଶ୍ୟପାଳନ କରାଯାଉଥିବାରୁ ଅନ୍ୟ ଅଞ୍ଚଳରେ ପାଳନ କରାଯାଉଥିବା ମହୋତ୍ସବ ଅପେକ୍ଷା ଏହି ମହୋତ୍ସବର ଏକ ସ୍ଵତନ୍ତ୍ର ପରିଚୟ ରହିଛି । ଚଳିତବର୍ଷ ରଣପୁର ରୁ ବିଧାୟିକା ତଥା ଓଡିଶାର ବାଚସ୍ପତି ସୁରମା ପାଢୀ ରଣପୁର ମହୋତ୍ସବ କମିଟି ଅଧ୍ୟକ୍ଷ ଭାବେ ମହୋତ୍ସବକୁ ପରିଚାଳନା କରୁଛନ୍ତି । ରଣପୁର ବାଘ ସାମନ୍ତ ପଡ଼ିଆ ଠାରେ ଅନୁଷ୍ଠିତ ହେବାକୁ
ଥିବା ଏହି ମହୋତ୍ସବର ସମସ୍ତ ଚୂଡ଼ାନ୍ତ ପ୍ରସ୍ତୁତ ଶେଷ ହୋଇସାରିଛି । ଆଜି ସକାଳ ୫ଟାରେ ପ୍ରଭାତ ଫେରି ରାମ ଧ୍ଵନି ସହିତ ସକାଳ ୮ଟାରେ ମା ମଣିନାଗ ମନ୍ଦିର ଠାରୁ ପଞ୍ଚୁଦୋଳ ପଡିଆ ପର୍ଯ୍ୟନ୍ତ ଗଣଦୌଡ଼ କରାଯାଇଛି ।

ଗଣଦୌଡ଼ ପୂର୍ବରୁ ମା ମଣିନାଗଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ମହୋତ୍ସବର ଶୁଭାରମ୍ଭ କରାଯାଇଥିଲା ।ଏହି ଗଣ ଦୌଡ଼ ରେ ଭାଗ ନେଇ ଥିବା ପିଲାଙ୍କୁ ବାଚସ୍ପତି ମେଡ଼ାଲ ପ୍ରଦାନ କରି ପୁରସ୍କୃତ କରିଥିଲେ । ପୂର୍ବାହ୍ନ ୧୧ଘଟିକା ସମୟରେ ରଣପୁର ଅଞ୍ଚଳର ଶହୀଦ ମାଟିରୁ ଅଣାଯାଇଥିବା ମଶାଲକୁ ଧରି ରଣପୁର ପଞ୍ଚୁଦୋଳ ପଡ଼ିିଆ ଠାରୁ ଶୋଭା ଯାତ୍ରା ମହୋତ୍ସବ ପଡିଆ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯିବ ।ଏହା ପରେ ମଞ୍ଚ ପୂଜା କାର୍ଯ୍ୟକ୍ରମ କରାଯାଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସନ୍ଧ୍ୟା ୬ଘଟିକାରେ ସଭାକାର୍ଯ୍ୟର କାର୍ଯ୍ୟ ସୂଚୀ ରହିଛି । ତେବେ ଚଳିତ ବର୍ଷ ରଣପୁର ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ କମିଟି ଅଧକ୍ଷା ସୁରୁମା ପାଢୀ ଯଥେଷ୍ଟ ପ୍ରୟାସ କରିଥିବା ବେଳେଓଡିଶା ଓ ଓଡ଼ିଶା ବାହାରୁ ବହୁ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଥିବା ସହ ସଭାକାର୍ଯ୍ୟପାଇଁ ପ୍ରତେକ ଦିନ ଓଡ଼ିଶାର ମାନ ଗଣ୍ୟ ମନ୍ତ୍ରୀମାନେ ଯୋଗଦେବେବୋଲି ମହୋତ୍ସବକମିଟି ତରଫରୁ ସୂଚନା ମିଳିଛି ।

ମହୋତ୍ସବକୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିବା ସହିତ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ ହେବା ସହିତ ଶୃଙ୍ଖଳା ପାଇଁ କମିଟି ଗଠନ ହୋଇଥିବା ମହୋତ୍ସବ କମିଟି ସମ୍ପାଦକ ସ୍ଵରାଜ ମହାନ୍ତି ସୂଚନା ଦେଇଛନ୍ତି । ଉଦଘାଟନୀ ଦିବସରେ ଓଡ଼ିଶୀ ନୃତ୍ୟ,ପୁରୁଲିଆ ଛଉ ନୃତ୍ୟ,ସୁରତାଲକ୍ରିଏଟିଭ ମେଲୋଡ଼ି ସହିତ ବିଭିନ୍ନ ସିନେ କଳାକାର ଯୋଗ ଦେବାର ସୂଚନା ରହିଛି ।

You might also like