ନୟାଗଡ଼ ଜିଲ୍ଲା ର ବିଭିର୍ନ ସ୍ଥାନ ରେ ହେଉଥିବା ରଥ ଯାତ୍ରା ପାଇଁ ଆଜି ନୟାଗଡ଼ ଜିଲ୍ଲା ପାଳ ସ୍ୱଧାଦେବ ସିଂଙ୍କ ଅଧକ୍ଷତା ରେ ସଦଭାବନା ସଭାଗୃହ ରେ ଏକ ରୁଦ୍ଧ ଦ୍ୱାର ବୈଠକ ଅନୁଷ୍ଠିତ ହୋଇଛି, ଏହି ବୈଠକ ରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ନୟାଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ମହାନଦୀ ବନ୍ୟ ପ୍ରାଣୀ ବନ ଖଣ୍ଡ ଅଧିକାରୀ ଫାଲଗୁନି ସାରଥୀ ମଲ୍ଲିକ ଅତିରିକ୍ତ ଜିଲାପାଳ ଦିଲ୍ଲୀପ କୁମାର ବଳ, ଉପ ଜିଲାପାଳ କର୍ଣଦେବ ସମାଦାର, ଙ୍କସମେତ ତହସିଲଦାର, କାର୍ୟନିର୍ବାହୀ ଅଧିକାରୀ ଏବଂ ବିଭିର୍ନ ବିଭାଗ ର ଅଧିକାରୀ ଯୋଗ ଦେଇ ଥିଲେ, ଦେବୋତର ବିଭାଗ ଅଧିକାରୀ, ଓ କର୍ମଚାରୀ ସାମିଲ ଥିଲେ, ଏହି ବୈଠକ ପାଇଁ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଙ୍କ ପକ୍ଷରୁ ସକାଳ 8ଟା 54ମିନିଟ ରେ ସୂଚନା ପ୍ରଦାନ କରାଯାଇଥିଲା, ଯାହାକୁନେଇ ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ସମୟ ଅବ୍ୟବହିତ ପୂର୍ବ ରୁ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ରେ ପହଂଚି ଥିଲେ, ଅପରାହ୍ନ 4ଟା 30ମିନିଟ ରେ ବୈଠକ ଆରମ୍ଭ ହେବାକୁ ଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ପଣ୍ଡା ଏହା ଏକ ଆଭ୍ୟନ୍ତରିଣ ବିଭାଗୀୟ ବୈଠକ ବୋଲି ୱାଟ୍ସଅପଗ୍ରୁପ ରେ ସୂଚନା ଦେଇ ଥିଲେ, ଗଣ ମାଧ୍ୟମ ପ୍ରତିନିଧି ମାନେ ଏହି ବୈଠକ ରେ ଭିଡିଓ ଓ ଫଟୋ ସଂଗ୍ରହ କରିବା କବାଟ ବନ୍ଦ କରାଯାଇ ବୈଠକ ଅନୁଷ୍ଠିତ ହେବ ବୋଲି ଉଲେଖ କରିଥିଲେ, ଯାହାକୁ ନେଇ ଗଣ ମାଧ୍ୟମ ପ୍ରତିନିଧି ଙ୍କ ମଧ୍ୟ ରେ ଉଦବେଗ ପ୍ରକାଶ ପାଇଛି,
ପୋଲିସ ପ୍ରଶାସନ ପକ୍ଷରୁ ସାମ୍ବାଦିକ ଙ୍କୁ ବୈଠକ ସମ୍ପର୍କ ରେ ସୂଚନା ପ୍ରଦାନ କରାଯାଇ ବୈଠକ ଆରମ୍ଭ ପୂର୍ବ ରୁ ତଡି ଦିଆ ଯିବାକୁ ନେଇ ଅନେକ ଗଣ ମାଧ୍ୟମ ପ୍ରତିନିଧି କ୍ଷୋଭ ପ୍ରକାଶ କରିଛନ୍ତି, ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ଦିନ ହେବ ଗଣ ମାଧ୍ୟମ ପ୍ରତିନିଧି ଙ୍କ ପ୍ରତି ଏଭଳି ବ୍ୟବହାର କୁ ନେଇ ଜିଲ୍ଲା ରେ ଆଲୋଡନ ସୃଷ୍ଟି ହୋଇଛି,ରଣପୁର ରଥ ଯାତ୍ରା ପ୍ରସ୍ତୁତି ବୈଠକ ରୁ ସାମ୍ବାଦିକ ଙ୍କୁ ଜିଲାପାଳ ବିଦା କରିବା ପର ଠାରୁ ଜିଲ୍ଲା ରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି,ଗଣ ମାଧ୍ୟମ ପ୍ରତି ଜିଲାପାଳଙ୍କ ଅlଭିମୁଖ୍ୟ ଆଦୌ ଶୋଭନୀୟ ନୁହେଁ ବୋଲି ମତ ପ୍ରକାଶ ପାଇଛି,ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ଅପମାନିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରାୟୋଜିତ ଭାବେ ଷଡ଼ଯନ୍ତ୍ର କରୁଛି ବୋଲିଆଲୋଚନା ହେଉଛି