ସକ୍ରିୟ ରାଜନୀତି ରୂ ସନ୍ୟାସ ନେଲେ କାର୍ତିକ ପାଣ୍ଡିଆନ, ବିଜେଡି ର ପରାଜୟ ପାଇଁ ହାତ ଯୋଡି କ୍ଷମା ମାଗିଲେ, କହିଲେ ମହା ପ୍ରଭୂ ଙ୍କ କୃପା ରୁ ଓଡିଶା ବାସୀଙ୍କ ସେବା କରିବାରେ ସୁଯୋଗ ପାଇଥିଲି, ଓ ସଫଳ ହୋଇଛି, ମୋର କୌଣସି ଉଦେଶ୍ୟ ନଥିଲା, କେବଳ ପ୍ରିୟ ନେତା ନବୀନ ପଟ୍ଟନାୟକ ଙ୍କୁ ସହାୟତା କରିବାକୁ ରାଜନୀତି କୁ ଆସିଥିଲି, ଏପଟେ ନବୀନ ପଟ୍ଟନାୟକ ନାୟକ ମୋର ଗୁରୁ ବୋଲି କହିଛନ୍ତି ପାଣ୍ଡିଆନ, ମୁଁ କୌଣସି ପଦ ରେ ନଥିଲି, କି ରାଜ ନୀତି ଲଢୁ ନଥିଲି, ରାଜ୍ୟ ରେ ବିଭିର୍ନ ସ୍ଥାନ ରେ ଜିଲ୍ଲା ପାଳ ଭାବେ କାର୍ଯ୍ୟ କରିଛି, ମୟୁରଭଞ୍ଜ ଠାରୁ ଆରମ୍ଭ କରି ଗଞ୍ଜାମ ପର୍ଯ୍ୟନ୍ତ କାର୍ଯ୍ୟ କରିଛି, 12ବର୍ଷ ତଳେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ ଯୋଗ ଦେଇ ଥିଲି,, 2023ଆଇଏ ଏସ ରୁ ଅବସରନେଇ ନଭେମ୍ବର 27ରେ ରାଜନୀତି ରେ ଯୋଗ ଦେଇ ଥିଲି, ସେ କହିଛନ୍ତି କରୋନା ସମୟ ରେ ଓଡିଶା ର ପ୍ରତ୍ୟକ ଜିଲ୍ଲା ବୁଲି ସ୍ୱାସ୍ଥ୍ୟ କେନ୍ଦ୍ର ର ସମୀକ୍ଷା , ଓ ବାତ୍ୟା ସମୟ ରେ ନବୀନ ବାବୁ ଙ୍କୁ ସହଯୋଗ କରିଛି,
ମୋ ବିରୋଧରେ ଅପପ୍ରଚାର ବିଜୁ ଜନତା ଦଳ କୁ ପରାଜୟ କରିଛି, ହାତ ଯୋଡି ବିଜେଡି କର୍ମୀ ମାନଙ୍କୁ କ୍ଷମା ମାଗିଲେ କାର୍ତିକ ପାଣ୍ଡିଆନ,ରାଜନୀତି ର ଏହି ଯାତ୍ରା ରେ କାହାକୁ ଆଘାତ ଦେଇ ଥିଲେ ମୁଁ ଦୁଃଖିତ, ମୁଁ ରାଜନୀତି ଭିତରେ ଯାହାବି କାମ କରିଛି କେବଳ ଓଡିଶା ବାସୀ ଓ ନବୀନ ପଟ୍ଟନାୟକ ଙ୍କ ପାଇଁ ଚାକିରୀ କ୍ୟାରିଅର ର ଭିତରେ ମୋ ପୈତୃକ ସମ୍ପତି ଛଡା ସାରା ବିଶ୍ୱ ରେ ମୋର କେଉଁଠି ବି ସମ୍ପତି ନାହିଁ,ଭିଡିଓ ବାର୍ତ୍ତା ଜାରୀ କରି ଘୋଷଣା କଲେ କାର୍ତିକ ପାଣ୍ଡିଆନ