ରାଜନୀତି ନ କରାଯାଇ ନୟାଗଡ଼ରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ବିଶାଳ ‘ମଶାଲ ଶୋଭାଯାତ୍ରା’ ଅନୁଷ୍ଠିତ
ସ୍ୱାସ୍ଥ୍ୟ ସେବା ସହ ମେଡିକାଲ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ନୟାଗଡ଼ରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ନୟାଗଡ ଫାଉଣ୍ଡେସନ ତରଫରୁ ଆଜି ଏକ ବିଶାଳ ‘ମଶାଲ ଶୋଭାଯାତ୍ରା’ ଅନୁଷ୍ଠିତ ହୋଇ ଯାଇଛି, ଜିଲ୍ଲାର ଭୌଗୋଳିକ ଅବସ୍ଥିତି ଓ ଗମନାଗମନ ସୁବିଧା ଅନୁଯାୟୀ ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜଟିଏ ସରକାରଙ୍କ ତରଫରୁ ପ୍ରତିଷ୍ଠା କରାଗଲେ ନୟାଗଡ଼ ଜିଲ୍ଲାର ୮ ଗୋଟି ବ୍ଲକର ଜନସାଧାରଣ ସମେତ ଖୋର୍ଦ୍ଧା , କଟକ, ବୌଦ୍ଧ ଓ ଗଂଜାମ ଜିଲ୍ଲାର ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ।କାରଣ ନୟାଗଡ଼ର ଉପାନ୍ତ ଅଞ୍ଚଳ କୁଜାମେଣ୍ଢି ଠାରୁ ନୟାଗଡ଼ ୮୧ କିମି, ଚାନ୍ଦପୁର ଠାରୁ ୫୦ କିମି, କୁତୁରି ଠାରୁ ୮୭ କିମି, ଛାମୁଣ୍ଡିଆ ଠାରୁ ୭୨ କିମି, ରାସଙ୍ଗ ଠାରୁ ୬୧କିମି , ରୋହିବାଙ୍କ ଠାରୁ ୪୦ କିମି ତେଣୁ ଭୌଗଳିକ ଦୃଷ୍ଟିରୁ ନୟାଗଡ଼ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ଯଥାର୍ଥ,ତେଣୁ ଏଭଳି ପରି ପେକ୍ଷୀ ରେ ସବୁ ଦୃଷ୍ଟି କୁ ଆଧାର କରାଯାଇ ନୟାଗଡ଼ ଜିଲ୍ଲାର ଜନସାଧାରଣଙ୍କ ତରଫରୁ ଆଜି ବିଶାଳ ମଶାଲ ଶୋଭାଯାତ୍ରା ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରୁଅଛୁ କି ନୟାଗଡ଼ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଉ। ଯଦି ନୟାଗଡରେ ମେଡିକାଲ କଲେଜ ପ୍ରତିଷ୍ଠା ନ ହୁଏ ନଚେତ ଆଗାମୀ ଦିନରେ ଏ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆ ଯାଇଛି,ଆଜି ଏହି ମଶାଲ ଶୋଭାଯାତ୍ରାରେ ସଙ୍ଗ ସଭାପତି ଶେଖ ଅବଦୁଲ ଆହାଦ, ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ପ୍ରକୃତି ବନ୍ଧୁ ଶ୍ରୀଧର ପ୍ରଧାନ, ବରିଷ୍ଠ ନେତା ମନୋଜ ସାହୁ,ଛାତ୍ର ସଂଗଠକ ଶିବ ରଞ୍ଜନ ସାହୁ, ସଂଗଠନର ସଂଯୋଜକ ଶ୍ରିତମ କୁମାର ପ୍ରଧାନଙ୍କ ସମେତ ଅନେକ ଛାତ୍ର ଓ ଯୁବ ସଂଗଠକ ଯୋଗ ଦେବା ସହ ନୟାଗଡରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ନେଇ ସ୍ଲୋଗାନ ଦେଇଥିଲେ.