ରାଜ୍ଯ ସ୍ତରୀୟ ବିଜ୍ଞାନ ମେଳାରେ ସୁନାମ ଅର୍ଜିଲେ ବିଶ୍ବ ବିଜିତା।।

ନୟାଗଡ଼ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ଷଷ୍ଠ ଶ୍ରେଣୀ ର ଛାତ୍ରୀ ବିଶ୍ବ ବିଜିତା ମହାନ୍ତି ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡିଶା ତରଫରୁ ଆୟୋଜିତ ପ୍ରାଦେଶିକ ବିଜ୍ଞାନ ମେଳା ରେ ଭାଗନେଇ ଉପ ବରିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ବିଶ୍ବ ବିଜିତା ଅଧ୍ଯୟନ କରୁଥିବା ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ତରଫରୁ ଆୟୋଜିତ ବିଦ୍ଯାଳୟ ସ୍ତରୀୟ ବିଜ୍ଞାନ ମେଳା ରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହାପରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡିଶା ତରଫରୁ ଆୟୋଜିତ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ଯ ସ୍ତରୀୟ ବିଜ୍ଞାନ ମେଳା ରେ ଭାଗନେଇଥିଲେ।

ପରିବେଶ କୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ପ୍ରକଳ୍ପ ନର୍ମାଣ କରିଥିଲେ ଯାହାର ନାମ ଦେଇଥିଲେ ” ଜୀବମ୍ ” । ଏହି ପ୍ରକଳ୍ପ ମାଧ୍ୟମରେ ପ୍ରଦୂଷଣ ମୁକ୍ତ ସହିତ ବିଭିନ୍ନ ସଚେତନତା ବାର୍ତ୍ତା ଦେଇଥିଲେ ଛାତ୍ରୀ ବିଶ୍ବ ବିଜିତା।

କେବଳ ବିଜ୍ଞାନ ମେଳା ପ୍ରକଳ୍ପ ନୁହେଁ ଭଲ ଉଚ୍ଚ କୋଟୀର ବକ୍ତବ୍ଯ ଦେଇ ଜିଲ୍ଲା ଠାରୁ ଆରମ୍ଭ କରି ରାଜ୍ଯସ୍ତର ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ସାଉଁଟିଛନ୍ତି ବିଶ୍ବ ବିଜିତା। ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାରେ ସଫଳତା ପ୍ରାପ୍ତ ହୋଇଥିବାରୁ ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁ ବିଶ୍ବ ବିଜିତା ଙ୍କୁ ଶୁଭ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

You might also like