ରାଜ୍ୟରେ ବଢିବାରେ ଲାଗିଛି ଡେଙ୍ଗୁ ସଂକ୍ରମଣ। ଗତ ବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ଅଧିକ ରହିଥିବାରୁ ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ। ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି କରାଯାଇଛି।
ମୌସୁମୀ ଓ ଏହାର ପରବର୍ତ୍ତୀ ସମୟରେ ଡେଙ୍ଗୁ ଓ ମ୍ୟାଲେରିଆ ସଂକ୍ରମଣ ବଢୁଥିବାରୁ ଆଗୁଆ ସତର୍କତା ପଦକ୍ଷେପ ନେବା ସହ ଗତ ୫ ବର୍ଷ ଭିତରେ ରାଜ୍ୟର ଯେଉଁ ଅଞ୍ଚଳ ଡେଙ୍ଗୁ ହଟ୍ସ୍ପଟ୍ ରହିଆସିଛି, ସେସବୁ ଅଞ୍ଚଳକୁ ମ୍ୟାପିଂ କରିବା ସହ ସେଠାରେ ସର୍ବେକ୍ଷଣ ଆରମ୍ଭ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ।
ଏଥି ସହିତ ଜିଲ୍ଲାରେ ଜନସଚେତନତା କରିବା ସହ ଆବଶ୍ୟକ ସଂଖ୍ୟକ ଫ୍ରଣ୍ଟଲାଇନ ୱାର୍କର, ଡାଏଗ୍ନୋଷ୍ଟିକ୍ କିଟ୍, ଔଷଧ ମହଜୁଦ ରଖିବା ପାଇଁ କୁହାଯାଇଛି। ସେହିପରି ଅନ୍ୟ ସହଯୋଗୀ ବିଭାଗ ସହ ସମନ୍ୱୟ ରକ୍ଷା, ଟେଷ୍ଟିଂ, ଚିକିତ୍ସା ଓ ଠିକ୍ ସମୟରେ ରେଫରାଲ ଉପରେ ଗୁରୁତ୍ୱାରୋପ କରାଯାଇଛି। ଡେଙ୍ଗୁ-ମ୍ୟାଲେରିଆ ସଂକ୍ରମଣକୁ ରୋକିବା ଲାଗି ଏହାର ଉତ୍ସକୁ ନଷ୍ଟ କରିବା ସହ ରକ୍ତ ଭଣ୍ଡାରରେ ରକ୍ତ ସଂରକ୍ଷିତରଖିବାକୁ କୁହାଯାଇଛି। ଏଥିସହ ହସ୍ପିଟାଲରେ ସ୍ୱତନ୍ତ୍ର ଭାବେ ଡେଙ୍ଗୁ ୱାର୍ଡ ଖୋଲିବା ଓ ସାପ୍ତାହିକ ଡ୍ରାଏ ଡେ’ ପାଳନ ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ।
ବାହାରୁ ଅଧିକ ରୋଗୀ ଆସି ଭୁବନେଶ୍ୱରରେ ଟେଷ୍ଟିଙ୍ଗ କରୁଛନ୍ତି। ଯେଉଁଥି ପାଇଁ ଟେଷ୍ଟିଙ୍ଗ ଅଧିକ ହେଉଛି।
ବର୍ଷା ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। ଏଣୁ ଆମେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅଙ୍ଗନବାଡି, ସ୍ୱାସ୍ଥ୍ୟ ଓ ଆଶା କର୍ମୀଙ୍କ ଦ୍ୱାର କରାଉଛୁ। । ଡ୍ରାଏ ଡେ ପାଳନ ପାଇଁ ବୁଝାଯାଇଛି। ଘର ଓ ଆଖପାଖ ସଫା ରଖିବା ନେଇ ସଚେତନ କରାଯାଇଛି। ମଶା ତେଲ ଓ ଫଗିଙ୍ଗ, ଟାଇଆର ଲିଫ୍ଟଇଂ, ସଫା କାର୍ଯ୍ୟକ୍ରମ ଉପରେ ଜୋର ଦିଆଯାଉଛି। ଖୁବ ଶୀଘ୍ର ଫ୍ଲାଗାଥନ କରାଯିବ ଯେଉଁଥିରେ ଷ୍ଟ୍ରିଟ ପ୍ଲେ ଓ ରାଲି ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ। ସଚେତନତା ରଥ ବୁଲୁଛି, ଆଗୁକୁ ସବୁ ଅଞ୍ଚଳରେ ବୁଲାଯିବ