ରାଜ୍ୟ ସ୍ତରରେ ଟାଇକୋଣ୍ଡ ରେ କୃତୀ ପ୍ରତିଯୋଗୀ ଙ୍କୁ ଜିଲ୍ଲାସ୍ତରରେ ସମ୍ମାନିତ

ଅଗଷ୍ଟ ୩୦ ଓ ୩୧ ତାରିଖରେ ହୋଇଥିବା ରାଜ୍ୟସ୍ତରୀୟ ତାଇକୋଣ୍ଡ ପ୍ରତିଯୋଗିତାରେ ନୟାଗଡ଼ ଜିଲ୍ଲାର ପ୍ରତିଯୋଗୀମାନେ ଭାଗ ନେଇ ଅଦ୍ଭୁତ ପୂର୍ବ ସଫଳତା ହାସଲ କରି ବିଭିନ୍ନ ବର୍ଗରେ ସ୍ଵର୍ଣ୍ଣ , ରୌପ୍ୟ ଓ କାଂସ୍ୟ ପଦକ ହାସଲ କରି ଜିଲ୍ଲା କୁ ଗୌରବାନ୍ୱିତ କରିଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ, ଭା, ପ୍ର, ସେ, ଆଜି ଅପରାହ୍ନ ୫ଘଟିକା ସମୟ ରେ ସେମାନଙ୍କୁ ସମ୍ମାନିତ କରିଥିଲେ ।
ଓମକାର ଦଳବେହେରା, ଶୋହିତ୍ ଗଡ଼ ନାୟକ , ଶ୍ୟାମସୁନ୍ଦର ସିଂ ସ୍ଵର୍ଣ୍ଣ ପଦକ ପାଇଥିବା ବେଳେ ସ୍ମୃତି ପ୍ରଜ୍ଞା ସାହୁ, ରୂପାଲି ସେନାପତି ଓ ମନିଷ୍ ସେଠୀ ରୌପ୍ୟ ପଦକ ଏବଂ ଆରତୀ କ୍ରିଷ୍ଣା ଦଳବେହେରା କାଂସ୍ୟ ପଦକ ପାଇଥିଲେ ।

ଏହି ସମ୍ମାନ ସମାରୋହରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବ ଦତ୍ତ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା କୁମାରୀ ସାହୁଙ୍କ ସମେତ ତାଇକୋଣ୍ଡ ର ପ୍ରଶିକ୍ଷକ ରିତିକ୍ ରଞ୍ଜନ ମହାପାତ୍ର ଓ ତାଇକୋଣ୍ଡ ବିଦ୍ୟାଳୟର ପରିଚାଳିକା ଲିଜା ପରିଡା ଉପସ୍ଥିତ ଥିଲେ ।

You might also like