Skip to content

ରାଜ୍ୟ ସ୍ତରୀୟ ନାଟ୍ୟ ମେଳାର ୬ଷ୍ଠ ସନ୍ଧ୍ୟା’, ମହାପାପ’ରେ ଭାଗୀଦାର ହେଲେ ଦର୍ଶକ

ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ଏକ ବାସ୍ତବଧର୍ମୀ ନାଟକ ‘ମହାପାପ’ । ରାଣୀ ଲକ୍ଷ୍ମୀବାଈ, ମଦର ଟେରେସା,ଇନ୍ଦିରା ଗାନ୍ଧୀ ପୁଣି ଆଜି ର ମହାମହିମ ରାଷ୍ଟ୍ରପତି ଦୈପତୀ ମୁର୍ମୁ, ସମସ୍ତେ ନିଜ ନିଜ କ୍ଷେତ୍ରରେ ଖୁବ୍ ପ୍ରତିଷ୍ଠିତ । ଏମାନେ ସମସ୍ତେ ଜନ୍ମ ହେବା ବେଳେ କନ୍ୟାଟିଏ ହୋଇ ଜନ୍ମ ହୋଇଥିଲେ । ଆଜି ସମୟରେ ବୋହୂଟି ଗର୍ଭବତୀ ହେଲେ ପରିବାର ଲୋକେ ଠାକୁରଙ୍କ ପାଖରେ ପୁଅମନାସୀ ଘିଅ ଦୀପ ଜାଳୁଛନ୍ତି । ସ୍ଵାମୀ ସ୍ତ୍ରୀ ଲୁଚି ଲୁଚି ଯାଇ ନସିଂ ହୋମରେ ପରୀକ୍ଷା କରି କନ୍ୟା ଭୃଣ ଜାଣିଲା ପରେ ଭୃଣଟିକୁ ମା’ ପେଟରୁ ନଷ୍ଟ କରି ଦେଇଛନ୍ତି । ଫଳରେ ଝିଅ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି ।ସର୍ବଶ୍ରେଷ୍ଠ ବୋଲାଉଥିବା ମାନବ ସମାଜ ଯେଉଁ ପାପ କରୁଛି ସେଥିରେ କ’ଣ ସମସ୍ତେ ଭାଗୀଦାର ନୁହନ୍ତି । ଏପରି ଏକ କଥା ବସ୍ତୁକୁ ନେଇ ମଞ୍ଚସ୍ଥ ହୋଇଥିଲା ନାଟକ ‘ମହାପାପ’ ।

ଥିଏଟର ମାରାଥନ, କଟକ ପକ୍ଷରୁ ପରିବେଷଣ କରାଯାଇଥିଲା ଏହି ନାଟକକୁ ରଚନା ଏବଂ ନିର୍ଦ୍ଦେଶନା ଦେଇଥିଲେ ଉମେଶ ଦାଶ ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ ଥିଲେ ଷଷ୍ଠ ଦିବସ ନାଟ୍ୟମେଳାରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଯୋଗଦାନ କରିଥିବା ବେଳେ ନାଟ୍ୟ ଧାରା ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନିର୍ଦ୍ଦେଶକ ଡ. ବିଜୟ ଚୌଧୁରୀ ଙ୍କ ସମେତ ନାଟ୍ୟ ଧାରା ପରିବାରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

ପଠାଣି ସାମନ୍ତ ଅଡ଼ିଟୋରିୟମରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ ଭରପୁର ଦର୍ଶକ ବେଶ ଉପଭୋଗ କରିଥିଲେ । ନୟାଗଡ଼ ରୁ ଜିତୁ ନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।

Ad 1