-ପୋଲିସି ର ନିଷ୍କ୍ରିୟତା ପ୍ରତିବାଦରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି (AIDWA) ନେତୃତ୍ଵରେ ଆଜି ରାଜ ସୁନାଖଳା ଫାଣ୍ଡି ସମ୍ମୁଖରେ ଶତାଧିକ ମହିଳାଙ୍କ ତରଫରୁ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି।ସାଥୀ ସଞ୍ଜୁକ୍ତା ସେଠୀ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଗଣ ଧାରଣା ସଭାରେ ଭାରତ ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ଙ୍କ ଦାଦାଗିରି କୁ ବକ୍ତା ମାନେ ତିବ୍ର ସମାଲୋଚନା କରିବା ସହ ପୋଲିସି ଚରମ ଅବହେଳାକୁ ନିନ୍ଦା କରିଥିଲେ। ମାଇକ୍ରୋ ଫାଇନାନ୍ସ ର କର୍ମଚାରୀ ଅଭିଯୁକ୍ତ ସୁବଳ ଙ୍କୁ ତୁରନ୍ତ ଗିରଫ କରିବା ସହ ରାତିରେ ରୁଣ କିସ୍ତି ପରିବର୍ତ୍ତେ ଦିନର ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ରୁଣ କିସ୍ତି ଆଦାୟ,ସରଳ ସୁଧ ଓ ସରଳ କିସ୍ତିରେ ସୁଧ ଆଦାୟ, ଓଡି ଫାଇନି ଓ ଚକ୍ରବୃଦ୍ଧି ନାମରେ ମହିଳା ମାନଙ୍କୁ ଶୋଷଣ ବନ୍ଦ କରିବା, ପୁରୁଷ କର୍ମଚାରୀ ପରିବର୍ତ୍ତେ ମହିଳା ମାନଙ୍କ ଠାରୁ ମହିଳା କର୍ମଚାରୀ ଙ୍କ ଦ୍ଵାରା ରୁଣ ଆଦାୟ କରିବା ଏବଂ ରିଜର୍ଭ ବ୍ୟାଙ୍କ ର ନିୟମ ଅନୁଯାୟୀ ରୁଣ ଲଗାଣ ଓ ରୁଣ ଆଦାୟ କରିବା ପାଇଁ ସଂଗଠନ ତରଫରୁ ଦୃଢ ଦାବୀ କରାଯାଇଥିଲା । ରଣପୁର ଥାନା ଭାରପ୍ରାପ୍ତ ଅଧିକାରୀ ନିହାର ରଞ୍ଜନ ମହାନ୍ତି ଓ ଫାଣ୍ଡି ଅଧିକାରୀ ମହମ୍ମଦ ଜାଫୃଲା ସେଠାରେ ପହଞ୍ଚି ଆନ୍ଦୋଳନ କାରିଙ୍କୁ ବୁଝା ସୁଝା କରିବା ସହ ମହିଳା ପ୍ରତିନିଧି ଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ।

ଅଭିଯୁକ୍ତ ସୁବଳ ନିଜର ମାତ୍ରାଧିକ ଭୁଲ ଥିବାରୁ ତାହା ସ୍ଵୀକାର କରିଥିଲେ ମଧ୍ୟ ଅଭିଯୋଗ କାରିଣି ଶାନ୍ତି ଲତା ରଗଡ଼ ଏହାକୁ ଗ୍ରହଣ କରିନଥିଲେ।ଫଳରେ ସଙ୍ଗଠନ ତରଫରୁ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦାବୀ କରିବାରେ ଅଭିଯୁକ୍ତ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସି ଆନ୍ଦୋଳନ କାରିଙ୍କୁ ଦୃଢ ପ୍ରତିଶୃତି ଦେବାରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇ ଥିଲା।ପୋଲିସ ଏଥିରେ ଅବହେଳା କଲେ ଏହା ବିରୋଧରେ ସଙ୍ଗଠନ ତରଫରୁ ପୁଣି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଏହି ଗଣଧାରଣା ରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ର କେନ୍ଦ୍ରିୟ ନେତ୍ରୀ ତାପସି ପ୍ରହରାଜ,ରାଜ୍ୟ ନେତ୍ରୀ ମିନତି ପାଣି ଗ୍ରାହୀ,ବ୍ଲକ ସଭାନେତ୍ରୀ ସଞ୍ଜୁକ୍ତା ସେଠୀ,ସମ୍ପାଦିକା ପୁସ୍ପାଞ୍ଜଳି ସେନାପତି,ଶ୍ରମିକ ନେତା ସୁରେଶ ସ୍ବାଇଁ, ଦୁଶାସନ ଜେନା,ଭିକାରି ସାହୁ, ନଳିନୀ ଦାସ,ସନ୍ତୋସିନି ସାହୁ,ସରୋଜିନି ତ୍ରିପାଠୀ ଓ ସକାନ୍ତି ଜେନା ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।