ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର ପ୍ରସାର

ଜିଲ୍ଲା ଆଇସେବା ପ୍ରାଧୁକରଣ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ନିର୍ଦ୍ଦେଶକ୍ରମେ ନୟାଗଡ଼ ଜିଲ୍ଲା ଆଇସେବା ପ୍ରାଧୂକରଣଙ୍କ ପକ୍ଷରୁ ରାଷ୍ଟ୍ରୀୟ ଲୋକ ଅଦାଲତ ଚଳିତ ୧୪ ସେପ୍ଟେଟମ୍ବରରେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରଧୂନ ମାମଲା ଯଥା ଦେୱାନୀ ଓ ଫୌଜଦାରୀ (ସାଲିସ୍କୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳ ଯୋଗାଣ,ପାରିବାରିକ ବୈବାହିକ ମାମଲା, ଜମି ଅଧୂଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲା ଇତ୍ୟାଦିର ଆଦୋଷ ସହମତି ଭିତ୍ତିରେ ସମାଧାନ କରାଯାଇ ପାରିବ ।

କେବଳ ବିଚାରାଧନ ମାମଲା ନୁହେଁ, କୌଣସି କୋର୍ଟ କଚେରୀରେ ମାମଲା ନଥାଇ ପ୍ରାକ୍-ମୋକଦ୍ଦମା ସ୍ତରୀୟ (କଚେରୀରେମୋକଦ୍ଦମା ଦାୟର ହୋଇନଥବା) ସମସ୍ତ ବିବାଦର ମଧ୍ୟ ଆପୋଷ ସମାଧାନ କରାଯାଇପାରିବ ବୋଲି ଗ୍ରାମୀଣଆଇନ୍ ସଚେତନତା କର୍ମୀମାନେ ଦୁଇଦିନ ଧରି ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକ୍, ସଦର, ବଜାର ପରିକ୍ରମା କରି ଲିଫଲେଟ୍ ବଣ୍ଟନ କରି ପ୍ରଚାର ପ୍ରସାର କରିଛନ୍ତି । ଏହିପ୍ରଚାର ପ୍ରସାର କାର୍ଯ୍ୟକ୍ରମରେ ଗ୍ରାମୀଣ ଆଇନ୍ ସଚେତନତା କର୍ମୀ ପ୍ରଫୁଲ୍ଲ କୁମାର ବେହେରା, ମମତା ବେହେରା, ସୋନାଲୀ ପଟ୍ଟନାୟକ, ନବକିଶୋର ସାଥୁଆ,ପ୍ରମୋଦ କୁମାର ମହାନ୍ତି ଏବଂ ପ୍ରାଧ‌ିକରଣ କର୍ମଚାରୀ ପବନ କୁମାର ବେହେରା ପ୍ରମୁଖ ସାମିଲ୍ ଥିଲେ ।

You might also like