ରାସ୍ତା କଡ଼ରୁ ମାନସିକ ବିକାର ଗ୍ରସ୍ତ ମହିଳା ଉଦ୍ଧାର
ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ, ଅଞ୍ଜଳି ମଚ୍ଚଖଣ୍ଡଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ରାସ୍ତା କଡ଼ରୁ ମାନସିକ ବିକାର ଗ୍ରସ୍ତ ମହିଳା ଙ୍କୁ ଉଦ୍ଧାର କରି ସେବା ଅନୁଷ୍ଠାନ ରେ ଥଇଥାନ କରିଛନ୍ତି। ପ୍ରକାଶ ଥାଉ କି, ସଚିବ, ଅଞ୍ଜଳି ମଚ୍ଚଖଣ୍ଡ କୈାଣସି ଏକ କାର୍ଯ୍ୟ ରେ ନିଜ କାର୍ଯ୍ୟାଳୟ ଠାରୁ ଓଡ଼ଗାଁ ରାସ୍ତା ରେ ଯାଉଥିଲେ।

ଓଡ଼ଗାଁ ଛକରେ ଅବସ୍ଥିତ ଏକମଲ୍ ନିକଟ ରାସ୍ତା କଡ଼ରେ ମାନସିକ ବିକାର ଗ୍ରସ୍ତ ମହିଳା ଜଣକ ଅସହାୟ ଅବସ୍ଥାରେ ପଡିଥିବାର ଦେଖି ସ୍ଥାନୀୟ ସ୍ବେଛାସେବୀ ଙ୍କ ସହାୟତା ରେ ତାଙ୍କୁ ସଚେତ କରିଥିଲେ। ଏହାପରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଙ୍କୁ ଦାୟିତ୍ଵ ଦେଇଥିଲେ ଏହି ମାନସିକ ବିକାର ଗ୍ରସ୍ତ ମହିଳା ଙ୍କୁ ଉଦ୍ଧାର କରି ଥଇଥାନ କରିବା ପାଇଁ। ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ସେବା ର ସଂପାଦକ ଏବଂ ଅଧ୍ୟକ୍ଷ ଙ୍କୁ ଯୋଗାଯୋଗ କରି ଥଇଥାନ କରିଛନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଏହି ତ୍ୱରିତ ପଦକ୍ଷେପ ଯୋଗୁଁ ଏକ ନିରିହ ମହିଳା ଙ୍କ ଜୀବନ ରକ୍ଷା ପାଇଥିବାରୁ ଆଇନ ସେବା ପ୍ରାଧିକରଣ ଏବଂ ଅଧିକାର ମିତ୍ର ଙ୍କ ଏପରି କାର୍ଯ୍ୟକୁ ବୁଦ୍ଧିଜିବୀ ମାନେ ପ୍ରଶଂସା କରିଛନ୍ତି।