ରୁଦ୍ରମାଧବଙ୍କ ୮୬ତମ ଜନ୍ମଜୟନ୍ତୀ ପାଳିତ

ପୂର୍ବତନ ବିଧାୟକ, ସାଂସଦ ତଥା ଦଶପଲ୍ଲା ମାଟିର ବରପୁତ୍ର ରୁଦ୍ର ମାଧବ ରାୟଙ୍କର ୮୬ତମ ଜନ୍ମ ଜୟନ୍ତୀ ଗୁରୁବାର ଦିନ ଦଶପଲ୍ଲା ସ୍ଥିତ କୃଷ୍ଣ ପ୍ରିୟା ଦେବୀ ମହିଳା ମହାବିଦ୍ୟାଳୟଠାରେ ପାଳିତ ହୋଇଯାଇଛି ।

ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ, କଲେଜର ଅଧ୍ୟକ୍ଷା ପୁର୍ଣ୍ଣମାସୀ ଦେବୀ, +୩ର ଅଧ୍ୟକ୍ଷା ଦୁର୍ଗାବତୀ ଆଚାର୍ଯ୍ୟ , ସମାଜ ସେବୀ ପ୍ରଭାତ କୁମାର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ତଥା ରୁଦ୍ର ପ୍ରେମୀ ଯୋଗ ଦେଇ ରୁଦ୍ର ବାବୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ଇତ୍ୟବସରରେ ଅତିଥି ମାନେ ରୁଦ୍ର ମାଧବଙ୍କ ଦୀର୍ଘ ରାଜନୈତିକ ସାମାଜିକ ଜୀବନରେ ବହୁମୂଖୀ ଗୁଣାବଳୀର ସ୍ମୃତିଚାରଣ କରିଥିଲେ ।

You might also like