Skip to content

ରୋଚକ ହେବ ନୟାଗଡ଼ ବିଧାନ ସଭାଲଢେଇ,2024 କାହା ମୁଣ୍ଡ ରେ ହାତୀ ଢାଳିବ ସୁନା କଳସ

ନୟାଗଡ଼ ବିଧାନ ସଭାକ୍ଷେତ୍ର ରେ ଏଥର ରୋଚକ ଲଢେଇ ଦେଖିବାକୁ ମିଳିବ,ତତ ସହିତ 2024କାହା ମୁଣ୍ଡ ରେ ହାତୀ ସୁନା କଳସ ଢାଳିବ,

ଏହି ଆସନ ରେ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାଥୀ ଘୋଷଣା କରିସାରି ଥିବାରୁ ଏବେ ସମସ୍ତେ ପ୍ରଚାର ଆରମ୍ଭ କରିଦେଲେଣି,ବିଶେଷ କରି ଏହି ନିର୍ବାଚନ ମଣ୍ଡଳି କୁ ଲଗାତାର ଭାବେ ଜିତି ଦଖଲ ରେ ରଖିଥିବା ବିଜେଡି ପ୍ରାଥୀ ଅରୁଣ ସାହୁଙ୍କୁ ଘେରିବାକୁ ଦୁଇ ବିରୋଧୀ ଦଳ ର ପ୍ରାଥୀ ରଣନୀତି ପ୍ରସ୍ତୁତ କରିଛନ୍ତି,ଅନ୍ୟପଟେ ପ୍ରତିଥର ପରି ଏଥର ମଧ୍ୟ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଅରୁଣ ମଧ୍ୟ କସରତ ଚଳାଇଛନ୍ତି,

ଚଳିତ ନିର୍ବାଚନ ରେ ବିଜେପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ କୁ ପ୍ରାଥୀ କରିଥିବା ବେଳେ ଓ କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାସ ଙ୍କୁ ଟିକେଟ ପ୍ରଦାନ କରିଛି,ପ୍ରଚଣ୍ଡ ତାତି ସତ୍ତ୍ୱେ ପ୍ରାଥୀ ମାନେ ଗାଁ ଗାଁ ବୁଲି ନିଜ ସପକ୍ଷ ରେ ଭୋଟ ମାଗିବା ଆରମ୍ଭ କଲେଣି,ପ୍ରଚାର ବିଜେଡି ଓ ବିଜେପି ଆଗରେ ରହିଥିବା ବେଳେ ଟିକେ ବିଳମ୍ବ ରେ ଟିକେଟ ପାଇଥିବା କଂଗ୍ରେସ ପ୍ରାଥୀ ରଣଜିତ ଦାସ ଯୋଜନା ପ୍ରସ୍ତୁତ କରି ମଇଦାନ କୁ ଓଲ୍ହାଇବା ଆରମ୍ଭ କରିଛନ୍ତି,ବିଜେପି ରୁ ପ୍ରାଥୀ ହୋଇଥିବା ପ୍ରତ୍ୟୁଷା ନିର୍ବାଚନ ମଇଦାନ ରେ ନୂଆ ନୁହନ୍ତି, ପୂର୍ବ ରୁ ସେ କନ୍ଧମାଳ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି, ବର୍ତ୍ତମାନ ବିଧାନ ସଭାକ୍ଷେତ୍ର ରେ ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି,ପ୍ରତ୍ୟୁଷା ଙ୍କ ସ୍ୱାମୀ ହେମେନ୍ଦ୍ର ଚନ୍ଦ୍ର ସିଂହ ଙ୍କ ଦେହାନ୍ତ ପରେ ପ୍ରତ୍ୟୁଷା ଏବେ ରାଜନୀତି ମଙ୍ଗ ଧରିଛନ୍ତି,

ନିର୍ବାଚନ କୁ ଦୃଷ୍ଟି କୁ ନେଲେ ଏଠାରେ ବିଜେପି ଓ ବିଜେଡି ମଧ୍ୟ ରେ କଡାଟକ୍କର ହେଉଥିବା ଦେଖିବାକୁ ମିଳେ, ମାତ୍ର ଅରୁଣ ଗୋଟି ଚାଳନା ପାଇଁ ପ୍ରସ୍ତୁତହେଉଥିବା ବେଳେ ବିଜେପି ରୁ ପ୍ରାଥୀ ହୋଇଥିବା ଇରାନୀ ରାୟ ତାଙ୍କ ସହିତ ହାତ ମିଳାଇ ଛନ୍ତି, ବିଧାନ ସଭାଲଢେଇ ରୋଚକ ହୋଇଥିବା ଦେଖିବାକୁ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ରଣଜିତ ଦାସ ମାଟିର ପୁଅହୋଇଥିବାରୁ ତାଙ୍କୁ ଭୋଟର ପସନ୍ଦ କରିବେ ବୋଲି ଆଶା ପ୍ରକଟ କରାଯାଇଥିବା ବେଳେ 2024କାହାର ହେଉଛି ଏବଂ ହାତୀ କାହା ମୁଣ୍ଡ ରେ କଳସି ଢାଳୁଛି ତାହା ଦେଖିବାକୁ ବାକି ରହିଲା

Ad 1