ରୋଟାରି କ୍ଲବ ଏକ୍ସଲେନ୍ସୀ ପକ୍ଷରୁ ଉତ୍କଳ ବାଳାଶ୍ରମ କୁନିକୁନି ପିଲାଙ୍କୁ ପାଠ୍ୟ ଉପକରଣ ବଣ୍ଟନ
ନୟାଗଡ ରେ ନୂତନ କରି ଗଢି ଉଠିଥିବା ନୂତନ ରୋଟାରି କ୍ଲବ ଏକ୍ସଲେନ୍ସୀ ଆନୁକୂଲ୍ୟରେ ଆଜି ଉତ୍କଳ ବାଳାଶ୍ରମରେ କୁନିକୁନି ଛାତ୍ରଛାତ୍ରୀ ଅନ୍ତେବାସୀ ମାନଙ୍କୁ ପାଠ୍ୟ ଉପକରଣ ଯଥା ଖାତା, ପେନ, ପେନସିଲ, ଏବଂ କମ୍ପାସ ପ୍ରଦାନ କରାଯାଇଛି l

ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ପିଲା ମାନଙ୍କୁ ଶ୍ରଦ୍ଧାର ସହିତ ଏହି ସବୁ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ କ୍ଲବ ର ପ୍ରତିଷ୍ଠାତା ସଭାପତି ପ୍ରମୋଦ ପଟ୍ଟନାୟକ, କ୍ଲବ ସମ୍ପାଦକ ତଥା ସ୍ଥାନୀୟ କେସି କ୍ଲବ ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂ, ରୋଟାରୀଆନ ତଥା ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀ ରଣଜିତ ଦାଶ, କମଳ ଚରଣ ସାହୁ, ସରଜେଣ୍ଟ ଅlର୍ମସ ଶେଖ ମସଜୁଦ ହୁସେନ ଏବଂ ଅନୁଷ୍ଠାନିକ ଯତ୍ନ ଅଧିକାରୀ ସତ୍ୟରଞ୍ଜନ ଦାଶ,ବାଳାଶ୍ରମ ପରିଚାଳକ ଜ୍ୟୋତରଞ୍ଜନ ମହାପାତ୍ର ପ୍ରମୁଖ ଏହି ସେବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l
