ରୋଟାରି କ୍ଳବ ରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ନୟାଗଡ଼ ଖଣ୍ଡପଡ଼ା ରୋଡ଼ ରେ ଅବସ୍ଥିତ ରୋଟାରି କ୍ଳବ ପରିସରରେ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି, ରୋଟାରି କ୍ଳବ ନୟାଗଡ଼ ତରଫରୁ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ସହାୟତା ରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିର ରେ ଏକ ଶହ ରୁ ଉର୍ଦ୍ଧ ରୋଗୀ ଚିକିତ୍ସା ପରାମର୍ଶ ଗ୍ରହଣ କରିଥିଲେ, କଳିଙ୍ଗ ହସ୍ପିଟାଲ ର ଅର୍ଥପେଡ଼ିକ ଡାକ୍ତର ଗୟାଧର ବେହେରା ଓ ଗ୍ୟାଷ୍ଟ୍ରୋ ସର୍ଜରୀ ଡାକ୍ତର ପ୍ରଦୀପ କୁମାର ସେଠି ରୋଗୀ ମାନଙ୍କୁ ପରାମର୍ଶ ଦେଇଥିବା ବେଳେ,ରୋଟାରି କ୍ଳବ ସଭାପତି ରୋଟାରୀଆନ ଆରିଫ ଖାନ ସମ୍ପାଦକ ରୋଟାରୀଆନ ଶ୍ରୀଧର ସାହୁ,ରୋଟାରୀଆନ ସୁବୋଧ ଚନ୍ଦ୍ର ପଟ୍ଟନାୟକ,ରୋଟାରୀଆନ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ରୋଟାରୀଆନ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ରୋଟାରୀଆନ ପ୍ରସନ କୁମାର ବସନ୍ତିଆ,ରୋଟାରୀଆନ ଜି ରଶ୍ମି ରାଜ, ରୋଟାରୀଆନ ବ୍ରଜେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ ଶିବିର ପରିଚାଳନା ରେ ସହଯୋଗ କରିଥିଲେ,

You might also like