ରୋଟାରୀ କ୍ଳବ୍ ନୟାଗଡ଼ରେ ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ। – ଶିକ୍ଷକମାନେ ସମାଜର ଆଲୋକ ବର୍ତ୍ତିକା- ମୁଖ୍ଯ ଅତିଥି।

ନୟାଗଡ଼ ରୋଟାରୀ ଭବନ ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ବିଶ୍ବ ସାକ୍ଷରତା ଦିବସ ତଥା ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କ୍ଳବ୍ ର ସଭାପତି ଶ୍ରୀକାନ୍ତ କୁମାର ଖଟେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଶିକ୍ଷକ ମାନେ ଆଗାମୀ ଭବିଷ୍ଯତ ଶିଶୁ ମାନଙ୍କୁ ଉତ୍ତମ ମଣିଷ ଭାବେ ଗଢୁଥିବାରୁ ଶିକ୍ଷକ ମାନେ ହେଉଛନ୍ତି ସମାଜର ଆଲୋକ ବର୍ତ୍ତିକା ବୋଲି କହିଥିଲେ। ମୁଖ୍ଯ ବକ୍ତା ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ଯୋଗ ଦେଇ ଶିକ୍ଷକ ମାନେ ସ୍ବାଭିମାନୀ ହେବା ଆବଶ୍ଯକ ଏବଂ ସଚ୍ଚୋଟ ତଥା ନିଷ୍ଠାପର ଭାବେ ନିଜର କର୍ତ୍ତବ୍ଯ ସମ୍ପାଦନ କରିବା ଉଚିତ୍ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରପରିଷଦ ପୌରାଧ୍ୟକ୍ଷା ନିରୁପମା ଖଟେଇ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ନେଶନ ବିଲ୍ଡର ଆଓ୍ବାର୍ଡ ଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ରୋଟାରୀ କ୍ଳବ୍ ଆୟୋଜନ କରିଥିବାରୁ କ୍ଳବ୍ ର ସଦସ୍ଯ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଶିକ୍ଷକ ମାନେ ଦେଶ ଜାତିପ୍ରତି ସମର୍ପିତ ହୋଇ କାମ କରିବାକୁ ସମ୍ବର୍ଦ୍ଧିତ ହେଉଥିବା ଶିକ୍ଷକ ମାନଙ୍କୁ ଆହ୍ବାନ ଦେଇଥିଲେ। ରୋଟାରୀ କ୍ଳବ୍ ର ସଂପାଦକ ଅବିନାଶ ସାହୁ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲାବେଳେ କ୍ଳବ୍ ର ଲିଟେର୍ସି କମିଟିର ଅଧ୍ଯକ୍ଷା ବସିରନ୍ ବିବି ସଭାରେ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ।
ଚଳିତ ବର୍ଷ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଚୟନ ହୋଇଥିବା ଆଠଟି ବ୍ଳକର ୦୮ ଜଣ ଆଦର୍ଶ ଶିକ୍ଷକ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।

ନୟାଗଡ଼ ବ୍ଳକର ସୁରେଶ ଚନ୍ଦ୍ର ଦାସ, ଓଡଗାଁ ବ୍ଳକର ସୁଶେନ୍ଦୁ କୁମାର ଷଡଙ୍ଗୀ,ନୁଆଗାଁ ବ୍ଳକର ପ୍ରଭାତି ମିଶ୍ର,ଦଶପଲ୍ଲା ବ୍ଳକର ଶରତ ଚନ୍ଦ୍ର ବେହେରା, ଗଣିଆ ବ୍ଳକର କେଶବ ଚନ୍ଦ୍ର ନାୟକ, ଖଣ୍ଡପଡ଼ା ବ୍ଳକର ସୁରମା ମହାରଣା, ଭାପୁର ବ୍ଳକର ଶ୍ରୀକାନ୍ତ କୁମାର ଦାସ, ରଣପୁର ବ୍ଳକର ସନ୍ତୋଷ କୁମାର ମିଶ୍ର ଙ୍କୁ ଚଳିତ ବର୍ଷର ନେସନ ବିଲ୍ଡର ଆଓ୍ବାର୍ଡ ଦିଆଯାଇଥିଲା।

ରୋଟାରିଆନ୍ ପ୍ରବୀର କୁମାର ପ୍ରୁଷ୍ଟି ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କର ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ କ୍ଳବ୍ ର ସଦସ୍ଯ ରୋଟାରିଆନ୍ ଲକ୍ଷ୍ମୀନାରାୟଣ ରଥ, ମଦନ ମୋହନ ମହାପାତ୍ର,ଗୋଦାବରୀଶ ସାହୁ, ବ୍ରଜେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ମିହିର ରଂଜନ ନାୟକ, ଶ୍ରୀଧର ସାହୁ, ବାସୁଦେବ ସାହୁ,ଦିଲ୍ଲୀପ କୁମାର ମିଶ୍ର,ଦେବାଶିଷ ପଟ୍ଟନାୟକ,ଶରତ କୁମାର ସାହୁ,ରଶ୍ମିରଂଜନ ଦାସ, ସନ୍ତୋଷ କୁମାର ନାୟକ,ଜି.ରଶ୍ମିରାଜ, ପୂର୍ଣ୍ଣଚନ୍ଦ୍ର ସାହୁ,ଗୀତାଞ୍ଜଳି ମହାପାତ୍ର, ରଞ୍ଜନ କୁମାର ପୃଷ୍ଟି ଆଦି ବହୁ ସଦସ୍ଯମାନେ ଯୋଗ ଦେଇଥିଲା ବେଳେ କ୍ଳବ୍ ର ସଂପାଦକ ଅବିନାଶ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।

You might also like