ଲଡୁକେଶରପୁର ଗ୍ରାମରେ ବିଶ୍ବ ମଧୁମେୟ ମୁକ୍ତ ସଚେତନତା ଶିବିର

ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଂଚାୟତ ଅଧିନସ୍ଥ ଲଡୁକେଶ୍ଵରପୁର ଗ୍ରାମ କଲ୍ୟାଣୀ ମଣ୍ଡପ ଠାରେ ଆଜି ବିଶ୍ବ ମଧୁମେୟତା ଦିଅବସ ଅବସରରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ ବିଡିଓ ଅମୃତ ରାଉଳ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ତତ ସହିତ ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ ମଞ୍ଚରେ ଉପସ୍ଥିତ ରହିଥିଲେ । ବିଶ୍ବ ୟୁନାଇଟେଡ ଏଗେନେଷ୍ଟ ଡାଇବେଟୀଶ ପ୍ରତାପ କୁମାର ରଥ ରାଜ୍ୟ ସଂଯୋଜକ , ବ୍ଲକ କୋଡିନେଟର ଜଗନ ବେହେରା, ସିଦ୍ଧାର୍ଥ ଷଢଙ୍ଗୀ ସାହୁ, ଦେବୀପ୍ରସାଦ ପଢି ପ୍ରମୁଖ ଉପସ୍ଥିତ ରହିଥିଲେ । ମଧୁମେୟତ ରୋଗ କଣ ,କଣ ପାଇଁ ହୁଏ ଓ ଏହାର ନିରାକରଣ ବିଷୟରେ ପ୍ରତାପ କୁମାର ରଥ ପୁଙ୍ଖାନୁପୁଖ ଭବରେ ଉପସ୍ଥିତ ଥିବା ମହିଳା ମାନଙ୍କୁ ବୁଝାଇଥିଲେ । ବିଡିଓ ଡାକ୍ତର ଅମୃତ ରାଉଳ ମନୁଷ୍ୟର କଣ ପାଇଁ ମଧୁମେୟତା ରୋଗାକ୍ରାନ୍ତ ହୁଏ ସେ ବିଷୟରେ ପୁଙ୍ଖନଉପୁଙ୍ଖା ଭାବେ ବୁଝାଇଥିଲେ । ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ ପରିବେଶ ସୁରକ୍ଷା ନ ହେବାରୁ ବିଭିନ୍ନ ପ୍ରକାର ରୋଗର ଆକ୍ରାନ୍ତ କେମିତି ହେଉଛନ୍ତି ସେ ନେଇ ସଚେତନତା କରିଥିଲେ । ଉକ୍ତ ଶିବିରରେ ଉଦୟପୁର ପଞ୍ଚାୟତ୍ର ଏମବିକେ ଏମ୍ବିକେ -ହେମପ୍ରଭା ସାହୁ,ଝୁନୁଲତା ନାୟକ, ବିନୋଦିନୀ ଦାସ, ସାବିତ୍ରୀ ନାୟକ, ପ୍ରତିମା ପରିଡା, ରୁନିବାଳା ଦାସ, ବିଦୁଲତା ସାହୁ, ଜୟନ୍ତୀ ସାହୁ, କୃଷିମିତ୍ର -ମନୋରମା ସାହୁ, ଟିକି ସାହୁ, ଜ୍ୟୋତିର୍ମୟୀ ନାୟକ, ପ୍ରାଣୀମିତ୍ର-ଅମିତା ଦାସ, ସୁଶମା ମିଶ୍ର, ଶିବିର ଶେଷରେ ଏକ ସଚେତନତା ସ୍ଵଭାଯାତ୍ରା କରାଯାଇଥିଲା । ବିଗତ ଦିନରେ ଉଦୟପୁର ପଂଚାୟତର ବିଭିନ୍ନ ଗ୍ରାମରେ ସଚେତନତା ମୂଳକ ଶିବିର ଅନୁଷ୍ଠିତ କରାଯାଇ ଡାଇଉବେଟିଶ ଚିକିସ୍ଛା କରାଯିବ ସେ ନେଇ ପ୍ରତାପ କୁମାର ରଥ ରାଜ୍ୟ ସଂଯୋଜକ ସୂଚନା ଦେଇଥିଲେ ।

You might also like