Skip to content

ଲାଞ୍ଚ ନେଇ ଭିଜିଲାନ୍ସ ଜାଲ ରେ ପଡିଲେ ଯନ୍ତ୍ରୀ ଓ ଠିକାଦାର

ଚାଷୀଙ୍କ ଜମିରେ ବୋରୱେଲ୍‌ ଖୋଳିବା ପାଇଁ ଲାଞ୍ଚ ଦେଣନେଣ ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ନୟାଗଡ଼ ଉଠାଜଳସେଚନ ବିଭାଗ ଯନ୍ତ୍ରୀ ଏବଂ ମଧ୍ୟସ୍ଥି ସାଜିଥିବା ଠିକାଦାର । ଉଭୟଙ୍କୁ ଭିଜିଲାନ୍ସ ଗିରଫ କରିଛି । ଯନ୍ତ୍ରୀ ଙ୍କ ଭଡ଼ା ଘର ଓ ପୈତୃକ ବାସଭବନରେ ଚଢ଼ାଉ ଜାରି ରହିଛି । ଗିରଫ ଯନ୍ତ୍ରୀ ହେଲେ ନୟାଗଡ଼ ଉଠାଜଳସେଚନ ବିଭାଗର ଜେଇ ଗୋପବନ୍ଧୁ ବୋଇତାଇ ଏବଂ ଠିକାଦାର ଶ୍ରୀକାନ୍ତ ପତି । ବୋରୱେଲ୍ ଖୋଳିବା ପାଇଁ ଠିକାଦାର ମାଧ୍ୟମରେ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ତାଙ୍କୁ ଧରିବାରେ ସଫଳ ହୋଇଛି । ରଣପୁରଅଞ୍ଚଳ ର ଚାଷୀ ମନୋରଞ୍ଜନ ଦାଶ ନିଜଜମି ରେ ବୋର ୱେଲ ଖୋଳିବା ପାଇଁ ନୟାଗଡ଼ ଉଠା ଜଳସେଚନ ବିଭାଗ ରେ ଆବେଦନ କରିଥିଲେ,ଏଥିପାଇଁ ବିଭାଗୀୟ ଅନୁମତି ମିଳିବା ପରେ ମନୋରଞ୍ଜନ 20ହଜାର ଟଙ୍କା ଡିପୋଜିଟ କରିଥିଲେ,

ତେବେ ବୋରୱେଲ ଖୋଳିବା ପାଇଁ ଠିକାଦାର ଶ୍ରୀକାନ୍ତ ଙ୍କ ମାଧ୍ୟମ ରେ ମନୋରଞ୍ଜନ ଙ୍କୁ ଜେଇ ଗୋପବନ୍ଧୁ 9ହଜାର ଟଙ୍କା ଲାଞ୍ଚ ମାଗିଥିଲେ, ଏନେଇ ମନୋରଞ୍ଜନ ନୟାଗଡ଼ ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ, ଆଜି ଜେଇ ଙ୍କ ଅଫିସ ରେ ମନୋରଞ୍ଜନ ଙ୍କ ଠାରୁ ଠିକାଦାର ଶ୍ରୀକାନ୍ତ 9ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ମାଡି ବସିଥିଲା, ଭିଜିଲାନ୍ସ 9ହଜାର ଟଙ୍କା ଜବତ କରିବା ସହ ଉଭୟ ଜେଇ ଓ ଠିକାଦାର ଙ୍କୁ ଗିରଫ କରିଛି, ଜେଇ ଗୋପବନ୍ଧୁ ଅଫିସ, ନୟାଗଡ଼ ଭଡ଼ା ଘର ଏବଂ ଯାଜପୁର ର ପୈତୃକ ଘରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

Ad 1