ଲାଠିପଡ଼ାସ୍ଥିତ ମଡେଲ ଡିଗ୍ରୀ କଲେଜ ପରିସର ରେ କଳା ସମାଜ ଆନୁକୂଲ୍ୟରେ ଗାନ୍ଧୀ ବିଚାର ଧାରାଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ଲାଠିପଡ଼ା ମଡେଲ ଡିଗ୍ରୀ କଲେଜ ପରିସର ରେ କଳା ସମାଜ ଆନୁକୂଲ୍ୟରେ ଗାନ୍ଧିଜୀ ଙ୍କ ଚିନ୍ତାଧାରା କୁ ନେଇ11ଘଟିକା ସମୟ ରେ
ଏକ ଆଲୋଚନା ଚକ୍ର ଅଧକ୍ଷ ମାନସ ରଂଜନ ଶତପଥୀ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଛି, ପ୍ରଖ୍ୟାତ ସାହିତ୍ୟିକ ତଥା ଗାନ୍ଧୀ ଆଲୋଚକ ଡ଼ ବିଜୟ କୁମାର ଚୌଧୁରୀ ଯୋଗ ଦେଇ ଗାନ୍ଧୀ ବିଚାର :ସମକାଳ ପ୍ରlସଙ୍ଗିକତା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ, ଆଧୁନିକ ସମାଜ ରେ ଗାନ୍ଧୀ ଚେତନା ର ଉପଯୋଗୀତା ତଥା ଦୈନିନ୍ଦିନ ଜୀବନ ରେ ଗାନ୍ଧୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାଉପରେ ଛାତ୍ର ଛାତ୍ରୀ ମାନଂକୁ ପ୍ରେରିତ କରିଥିଲେ,

ପ୍ରାୟ 200କଳା ଛାତ୍ର ଛାତ୍ରୀ ମାନଂକୁ ନେଇ ଆୟୋଜିତ ଆଲୋଚନା ଚକ୍ର ମଧୁସ୍ମିତା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ଡ଼ ଯୋଶ୍ନl ରାଣୀ କର ଧନ୍ୟ ବାଦ ଅର୍ପଣ କରିଥିଲେ,ଛାତ୍ର ପ୍ରତିନିଧି ଚିନ୍ମୟ ପ୍ରସାଦ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେସୁନୀଲ କୁମାର ମଲ୍ଲିକ,ଡ଼ ଜୟ ରାମ ସିଂ ସାମଲ, ପ୍ରଜ୍ଞାନ୍ସ ରଞ୍ଜନ ସାହୁ, ଦୀପିକା ରାଣୀ ଟୁରୁକ, ବିଜୟିନୀ ଶୁଭଦର୍ଶିନୀ,ପ୍ରମୁଖ ଏହିସଭାରେ ଉପସ୍ଥିତ ଥିଲେ,

You might also like