ଲେଙ୍କୁଡ଼ିପଡା ସେବା ସମବାୟ ସମିତି ଲିଃ ଧାନ ମଣ୍ଡି ଉଦଘାଟିତ

ନୟାଗଡ଼ ବ୍ଲକଅଧୀନ ଲେଙ୍କୁଡ଼ିପଡା ସେବା ସମବାୟ ସମିତି ରେ ଆଜି ଶୁକ୍ରବାର ଧାନ ମଣ୍ଡି ଉଦଘାଟିତ ହୋଇ ପାରମ୍ପରିକ ପୂଜା ଅର୍ଚନା ପରେ ଧାନମଣ୍ଡି ଖୋଲିଛି,ସେବା ସମବାୟ ସମିତି ସମ୍ପାଦକ ପ୍ରଶାନ୍ତ କୁମାର ଲେଙ୍କା ଉପସ୍ଥିତ ଥିବାବେଳେ ସଭାପତି ମନୋଜ କୁମାର ନାୟକ, ଲେଙ୍କୁଡ଼ିପଡା ଧାନମଣ୍ଡି ର ନୋଡାଲ ଅଫିସର ସନ୍ଧିପ କୁମାର ପରିଡା, ଚାଷୀ ପ୍ରତିନିଧି ରୂପେ ଗୋଲକବିହାରୀ ପ୍ରଧାନ, ପବିତ୍ର କୁମାର ପରିଡା, ବିଭୁତି ଭୁଷଣ ନାୟକ, ଙ୍କ ସମେତ ନିୟନ୍ତ୍ରିତ ବଜାର କମିଟି ବାହାଡାଝୋଲା କର୍ମଚାରୀ ଶ୍ରୀଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ

You might also like