ନୟାଗଡ଼, ନୟାଗଡ଼ ପୌରାଞ୍ଚଳ ଦିନକୁ ଦିନ ସଜେଇ ହେବାରେ ଲାଗିଛି । ସୌନ୍ଦର୍ଯ୍ୟକରଣକୁ ଦେଖି ନୟାଗଡ଼ ଜିଲ୍ଲା ଅତିକ୍ରମ କରି ଯାଉଥିବା ବାହାର ଜିଲ୍ଲାର ବାସିନ୍ଦା ମାନେ ନୟାଗଡ଼କୁ ପ୍ରଶଂସା କରିବାରେ ଲାଗିଛନ୍ତି । ନୟାଗଡ଼ ସହରରେ ଥିବା ବିଭିନ୍ନ କାର୍ଯ୍ୟାଳୟର ମୁଖଶାଳା ଗୁଡିକ ଏବେ ଆଧୁନିକତାର ରୁପ ନେଇଛି । ଯିଏ ବି ଦେଖୁଛି ସେ ପ୍ରଶଂସାରେ ପୋତି ପକାଉଛି । ଗତ କିଛି ଦିନ ତଳେ ଅନେକ କାର୍ଯ୍ୟାଳୟର ମୁଖଶାଳାକୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଉଦ୍ଘାଟନ କରିଥିଲେ । ଆଜି ନୟାଗଡ଼ ସହରର ଦୁଇ ଗୋଟି ମୁଖଶାଳାକୁ ବିଧାୟକ ଡ. ସାହୁ ଉଦ୍ଘାଟନ କରିଛନ୍ତି ।

ପଠାଣି ସାମନ୍ତ ସଂସ୍କୃତି ଭବନ ଓ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖଶାଳାକୁ ଆଜି ଡ. ସାହୁ ଉଦ୍ଘାଟନ କରିଛନ୍ତି । ନୟାଗଡ଼ ବିକାଶ ଧାରାରେ ନୟାଗଡ଼ ବାସୀଙ୍କର ଜନସାଧାରଣଙ୍କର ସହଯୋଗକୁ ସେ ପ୍ରଶଂସା କରିଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରବିନ୍ଦ୍ରନାଥ ସାହୁ, ଜିଲ୍ଲା ପରିଷଦ କ୍ଷୀରୋଦ ମହାପାତ୍ର, ଆଶିଷ ଅଗ୍ରୱାଲ, ସମସ୍ତ କାଉନସିଲର ଓ ବହୁ ଜନ ପ୍ରତିନିଧିଙ୍କ ସମେତ ସାଧାରଣ ଜନତା ଉପସ୍ଥିତ ରହିଥିଲେ ।