ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ ବେଲପଡ଼ା ପାଟଣା ଗ୍ରାମ ପଞ୍ଚାୟତ ଅଧୀନ ସରକାରୀ ପ୍ରାଥମିକ ବିଦ୍ୟାଳୟ ବେଲପଡ଼ାରେ କନ୍ଧମାଳ ସାଂସଦ ଶ୍ରୀ ଯୁକ୍ତ ଶୁକାନ୍ତ କୁମାର ପାଣିଗ୍ରାହୀ ଅଚାନକ ଭାବେ ପହଞ୍ଚିଥିଲେ । ସାଥିରେ ଥିଲେ ସାଂସଦ ଙ୍କର ଗଣିଆ ପ୍ରତିନିଧି ସରତ କୁମାର କର , ସାଂସଦ ଙ୍କର ଦଶପଲ୍ଲା ପ୍ରତିନିଧି ଅଞ୍ଜନ କୁମାର ଦାସ ଓ ଗଣିଆ ବ୍ଲକ୍ ଅଧ୍ୟକ୍ଷା ଝୁନା ଜେନା । ବିଦ୍ୟାଳୟରେ ସାଂସଦ ମହୋଦୟ ପହଞ୍ଚି ପିଲାମାନଙ୍କୁ କିଛି ପ୍ରଶ୍ନ ପଚାରିଥିଲେ । ପିଲାମାନେ କିପରି ଉପଯୁକ୍ତ ଶିକ୍ଷା ଗ୍ରହଣ କରି ଭଲ ମଣିଷଟିଏ ହେବେ ସେଥିପାଇଁ ପିଲାଙ୍କ ଭବିଷ୍ୟତ ମଙ୍ଗଳ କାମନା ମଧ୍ୟ କରିଥିଲେ ।ଵେଲପଡା ପାଟଣା ର ସମାଜସେବୀ ଝୁନୁବାଳା ପଟ୍ଟନାୟକ ଉପସ୍ଥିତ ଉପସ୍ଥିତ ରହିଥିଲେ । ତତ୍ ସହିତ ସ୍କୁଲ ର ସମସ୍ତ ସୁବିଧା ଅସୁବିଧା ଓ ସମସ୍ୟା ଗୁଡ଼ିକୁ ଶିକ୍ଷୟିତ୍ରୀ ମାନଙ୍କୁ ପଚାରି ବୁଝିଥିଲେ ସାଂସଦ ମହାଶୟ। ସ୍କୁଲ ର କୌଣସି ଅସୁବିଧା ରହିବ ନାହିଁ ଓ ଯଥା ଶୀଘ୍ର ସମସ୍ତ ପ୍ରକାର ସୁବିଧା କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ
ଵେଲପଡା ପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ତଦାରଖ କଲେ କନ୍ଧମାଳ ସାଂସଦ ।
