ଦିନକୁ ଦିନ ଶକ୍ତିଶାଳୀ ହେଉଛି ବିଜେଡ଼ି ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବହୁ ବିଜେପି କର୍ମୀ ବିଜେଡିରେ ଯୋଗ ଦାନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟରେ ସାମିଲ ହେବା ପାଇଁ ବିରୋଧୀ ଦଳର କର୍ମୀ ମାନେ ବିଜେଡିରେ ଯୋଗ ଦାନ କରୁଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୂଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ବିରୋଧୀ ଦଳର କର୍ମୀ ମାନେ ଦିନକୁ ଦିନ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି । ଆଜି ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଇଟାମାଟି ଗ୍ରାମପଞ୍ଚାୟତର ବିଜେପିର ବହୁ ନେତା ଓ କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି ।
ଇଟାମାଟି ଗ୍ରାମର ସସ୍ମିତା ଜେନା, ଜୟନ୍ତୀ ବେହେରା, ମଞ୍ଜୁଲତା ମହାନ୍ତି, ସସ୍ମିତା ମହାନ୍ତି, ଗିତାଞ୍ଜଳୀ ମହାନ୍ତି, ମଞ୍ଜୁବାଳା ବେହେରା, ସୀତା ଦେଇ, ସୁଲୋଚନା ମହାରଣା, ସଂଯୁକ୍ତା ଦାସ, ସସ୍ମିତା ସାହୁ , ପତିକ ସାହୁ, ସନାତନ ଦାସ, ଯୁଧିଷ୍ଠିର ମହାନ୍ତି , ରମୋ ଚନ୍ଦ୍ର ସାହୁ, ଜିତେନ ବେହେରା, ବିର ଡାକୁଆ, ପପୁନ, ଦୀପନ, ବିଭୁତି, ରାଧାମୋହନ ପୃଷ୍ଟି, କୋକିଳା ଦେଇ, ବିରଞ୍ଚି ନାରାୟଣ ସାହୁ, ରଘୁନାଥ ବେହେରା, ରାହୁଲ କୁମାର ଦାସ, ଛବିନାୟକ, ରତନ ମହାପାତ୍ର, ସିଦ୍ଧାନ୍ତ ନାୟକ, ରତ୍ନାକର ପରିଡ଼ା, ବୁଲୁ ସୁନ୍ଦରା ଓ ମାନସ ନାୟକ ଏହି ପରି ୩୦ ପରିବାର ଆଜି ବିଜେଡିରେ ଯୋଗଦେଇଛନ୍ତି । ବହୁ ସଂଖ୍ୟାରେ ମହିଳାମାନେ ବିଜେଡ଼ିରେ ଯୋଗଦେଇଥିବାରୁ ଆଗାମୀ ଦିନରେ ଇଟାମାଟି ଗ୍ରାମ ପଞ୍ଚାୟତ ବିଜେଡ଼ି ଶକ୍ତିଶାଳୀ ହେବ ବୋଲି ଜଣାପଡିଛି । ବିଜୁ ଜନତା ଦଳରେ ଯୋଗ ଦେବା ପରେ ଇଟାମାଟି ପଞ୍ଚାୟତ କୁ ବିଜେଡ଼ି ଆହୁରି ଶକ୍ତିଶାଳୀ କରାଯିବ ବୋଲି ବିଜେଡ଼ିରେ ସାମିଲ ହୋଇଥିବା ମହିଳା ମାନେ ବକ୍ତବ୍ୟ ରଖିଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ଆଶିଷ କୁମାର ଅଗ୍ରୱାଲ, ସମାଜସେବୀ ପ୍ରତୀପ ସେଠୀ, ସମିତି ସଭ୍ୟା ଗୋଲାପ ରାଣୀ ସେଠୀ , ନୟାଗଡ଼ ବ୍ଲକ ବିଜେଡ଼ି ସଭାପତି ଅଜିତ୍ ପ୍ରସାଦ ସାହୁ, ସମାଜସେବୀ ପ୍ରଫୁଲ କୁମାର ଜେନା, ଶରତ ସାହୁ, କିଶୋର ନାୟକ, ଉମେଶ ସାହୁ, ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଯୋଧନ ବେହେରା, ସଚି ସାଥୁଆ, ଭାଗିରଥି ବାଇ, ସତ୍ୟନାରାୟଣ ସୁବୁଦ୍ଧି, ଗଗନ ବିହାରୀ ମିଶ୍ର, ଦିଲ୍ଲୀପ କୁମାର ପଟ୍ଟନାୟକ, ସୁଧିର କୁମାର ପୃଷ୍ଟି, ମାନସ ସାହୁ, ଦୀପକ କୁମାର ପଟ୍ଟନାୟକ, ବଛେଇ ରାଉତରାୟ ଓ ସୁଶାନ୍ତ କୁମାର ରାୟ ପ୍ରମୁଖ ନେତାମାନେ ଉପସ୍ଥିତ ରହିଥିଲେ । ନୟାଗଡ଼ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ