Skip to content

ଶକ୍ତିଶାଳୀ ହେଉଛି ବିଜେଡି, ପଞ୍ଚମ ବିଜୟ ଲକ୍ଷରେ ଅରୁଣ,ଗାଁରେ ପହଞ୍ଚୁଛି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଶକ୍ତିଶାଳୀ ହେଉଛି ବିଜେଡି, ପଞ୍ଚମ ବିଜୟ ଲକ୍ଷରେ ଅରୁଣ,ଗାଁରେ ପହଞ୍ଚୁଛି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, ନୟାଗଡ଼ରେ ବିଜୁ ଜନତା ଦଳ ବୃହତ ବିଜୟ ଲକ୍ଷରେ ରହିଛି । ଶହ ଶହ ବିରୋଧି କର୍ମୀ ଦଳରେ ସାମିଲ ହେଉଥିବା ବେଳେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପଞ୍ଚମ ବିଜୟ ଲକ୍ଷରେ ରହିଛନ୍ତି । ଚଳିତ ନିର୍ବାଚନରେ ବିଜୁ ଜନତା ଦଳ କିଭଳି ବଲ ପଦର୍ଶନ କରିବ, ସେଥିପାଇଁ ଜୋରଦାର ପ୍ରୟାସ କରାଯାଇଛି ।ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ରହିଥିବା ୨ ଲକ୍ଷ ୧୪ ହଜାର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରାଯାଉଛି ।

ନୟାଗଡ଼ ବ୍ଲକର ୨୯ଟି ପଞ୍ଚାୟତ, ଓଡ଼ଗାଁ ବ୍ଲକର ୧୮ ପଞ୍ଚାୟତ, ଓଡ଼ଗାଁ ଏନଏସି, ନୟାଗଡ଼ ପୈାର ପରିଷଦକୁ ନେଇ ଗଠିତ ନୟାଗଡ଼ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗାଁଠାରୁ ଆରମ୍ଭ କରି ସହର ପର‌୍ୟ୍ୟନ୍ତ ପ୍ରଚାର ଆରମ୍ଭ ହୋଇଛି ।ନୟାଗଡ଼ ସହରର ବିଭିନ୍ନ ଗଳି କନ୍ଦିରେ କାଉନସିଲର, ନେତା, କର୍ମୀ ଓ କାଉନସିଲରମାନେ ପ୍ରଚାର କାର‌୍ୟ୍ୟ ଚଳାଇଥିବା ବେଳେ ବିଧାୟକ ଡ. ସାହୁ ବିଭିନ୍ନ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି । ଆଜି ନୟାଗଡ଼ ବିଧାୟକ ଡ. ସାହୁ ଉଦୟପୁର, ଗବନଳ, ଅସୁରଢିପା, ସଠିଆପଲ୍ଲୀ, ଗୋଡ଼ିଆଳି, ଗୁପ୍ତପଲ୍ଲୀ, ବାରବାଟୀ, ଡିହଗାଁ ପ୍ରଭୃତି ଗାଁକୁ ଯାଇ ପ୍ରଚାର କରିଛନ୍ତି ।

ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନା ଏବଂ ଚିନ୍ତାଧାରାକୁ ଲୋକଙ୍କ ସାମ୍ନାରେ ଉପସ୍ଥାପନ କରୁଛନ୍ତି ।ପ୍ରତ୍ୟେକ ଗାଁର ବରିଷ୍ଠ ନାଗରିକ, ଯୁବକ ଓ ମହିଳାଙ୍କୁ ଏକାଠି କରି ବିକାଶ ଓ ଉନ୍ନତୀ ପାଇଁ ବିଜୁ ଜନତା ଦଳକୁ ଭୋଟ ଦେବାକୁ ଆହ୍ୱାନ ଦେଇଛନ୍ତି । ଡବଲ ଶଙ୍ଖକୁ ବିଜୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଉପସ୍ଥାପନ କରିଛନ୍ତି ।ବିଧାୟକଙ୍କ ସହ ବ୍ଲକ କିଶୋର ଚନ୍ଦ୍ର ସାହୁ ଏବଂ ଅନେକ ନେତା ଓ କର୍ମୀ ସାମିଲ ରହିଥିଲେ । ଗୁପ୍ତପଲ୍ଲୀ ଗ୍ରାମଠାରେ ପ୍ରଚାର ସମୟରେ ଚମ୍ପତ୍ତିପୁର ପଞ୍ଚାୟତର ୩୦ରୁ ଉର୍ଦ୍ଧ୍ୱ ଯୁବକ ବିଜୁ ଜନତା ଦଳରେ ସାମିଲ ହୋଇଥିବା ଜଣାପଡ଼ିଛି ।

Ad 1