Skip to content

ଶକ୍ତିଶାଳୀ ହେଉଛି ବିଜେଡି, ବଡ଼ପଣ୍ଡୁସରର ୨୪ ବିରୋଧି ନେତା ବିଜେଡିରେ ସାମିଲ

ନୟାଗଡ଼, ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଚାଲିଛି ମିଶ୍ରଣ ପର୍ବ । ବିରୋଧୀ ଦଳର ଅନେକ ନେତା ଶଙ୍ଖ ଫୁଙ୍କିବାରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ବିରୋଧୀଙ୍କୁ ଆକର୍ଷିତ କରୁଛି । ଏଥି ସହିତ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟ ସହିତ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ଏଥିରେ ସନ୍ତୁଷ୍ଟ ହୋଇ ବିରୋଧୀ ମାନେ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି । ନୟାଗଡ଼ ବିକାଶରେ ସାମିଲ ହେଉଛନ୍ତି ବିରୋଧୀ ଗୋଷ୍ଠି । ଯେଉଁଥି ପାଇଁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ଼ ହେବାକୁ ଯାଉଛି । ଦିନକୁ ଦିନ ଶକ୍ତିହୀନ ହୋଇ ପଡୁଛି ବିରୋଧୀ ଗୋଷ୍ଠି । ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବଡ଼ପଣ୍ଡୁସର ଗ୍ରାମ ପଞ୍ଚାୟତର ୨୪ ଜଣ ଆଗ ଧାଡିର ବିରୋଧୀ ନେତା ମାନେ ବିଜେଡିରେ ସାମିଲ ହୋଇଛନ୍ତି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେଡି ନେତ୍ରୀ ତଥା ନୟାଗଡ଼ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଇରାନୀ ରାୟ, ଜିଲ୍ଲାପରିଷଦ ଆଶିଷ ଅଗ୍ରୱାଲ, ବରିଷ୍ଠ ବିଜେଡି ନେତା ପ୍ରଭାତ ଷଡ଼ଙ୍ଗୀ, ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା ଓ ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ ।

ବିରୋଧୀ ଦଳର ପ୍ରମୁଖ ନେତା ମାନେ ହେଲେ ଆନନ୍ଦ ପ୍ରଧାନ, ଅଶୋକ ପ୍ରଧାନ, ମିକୁ ବେହେରା, ସିମାଞ୍ଚଳ ନାୟକ, ସନ୍ତୋଷ ବେହେରା, ଅରୁଣ ନାୟକ, ଅବିନାଶ ପଣ୍ଡା, ଜୀବନ କୁମାର ପ୍ରଧାନ, ଚିନ୍ମୟ ରାଉତ, ପ୍ରିୟାଂଶୁ ପରିଡ଼ା, ମିଥୁନ ଲେଙ୍କା, ସନ୍ତୋଷ ଲେଙ୍କା, ରାକେଶ ନାୟକ, ଜିତେନ୍ଦ୍ର ରାଉତ, ସିଦ୍ଧାନ୍ତ ପ୍ରଧାନ, ବିଭୁତି ପରିଡ଼ା, ପ୍ରସାଦ ନାୟକ, ହେମନ୍ତ ଜେନା, ଆନନ୍ଦ ମହାନ୍ତି, ଅଜୟ ପ୍ରଧାନ, ମୁନା ପ୍ରଧାନ, ଦିବ୍ୟଲୋଚନ ନାୟକ, ପ୍ରମୋଦ କୁମାର ସାହୁ ଓ ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ବିଜେଡିରେ ଯୋଗ ଦେଇଛନ୍ତି । ଆଗାମୀ ଦିନରେ ବିଜୁ ଜନତା ଦଳକୁ ଶକ୍ତିଶାଳୀ କରିବେ ବୋଲି ପ୍ରକାଶ କରିଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀକୁ ଆଗାମୀ ଦିନରେ ଅଧୀକ ଶକ୍ତିଶାଳୀ କରି ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟ କରିବା ପାଇଁ ନିଷ୍ପତି ନେଇଛନ୍ତି ।

Ad 1