ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଏନଏସି ଘୋଷଣା କରାଯାଇ ଦୀର୍ଘଦିନର ଦାବୀ ପୁରଣ କରିଥିବାରୁ ସ୍ଥାନୀୟ ବିଧ୍ୟାୟକ ସତ୍ୟନାରାୟଣ ପ୍ରଧାନ ଓ ଫାଇବି ଟି ରାଜ୍ୟ ସରକାରଙ୍କୁ ବଧାଇ ଜଣାଇଛନ୍ତି ଜନସାଧାରଣ । ଶରଣକୁଳ ଓ ହରିହରପୁର ଗ୍ରାମପଞ୍ଚାୟତ କୁ ନେଇ ଏନଏସି ପାଇଁ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଶରଣକୁଳ ଅଂଚଳର ବୁଦ୍ଧିଜୀବି,ନେତୃସ୍ଥାନୀୟ ବ୍ୟକ୍ତି ଓ ସଚେତନ ନାଗରିକଙ୍କ ଦାବୀକୁ ଗୁରୁତ୍ୱ ଦେଇ ବିଳମ୍ବ ହେଲେ ମଧ୍ୟ ରାଜ୍ୟସରକାର ପ୍ରତିଶୃତି ପାଳନ କରିଥିବାରୁ ଶରଣକୁଳ ଅଂଚଳରେ ସମସ୍ତ ଜନସାଧାରଣ ଙ୍କ ମନରେ ଉତ୍ସାହ ଦେଖାଯିବ ସାହିତ୍ୟ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି ।ଶରଣକୁଳ ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୂ,ଜିଲାପରିଷଦ ସଦସ୍ୟା ଚିନ୍ମୟୀ ଦାଶ, କୃଷକ ନେତା କୃଷ୍ଣଚନ୍ଦ୍ର ମହାପାତ୍ର,ଯୁବନେତା ଉମାପ୍ରସ।ଦ ସାହୂ,କୃଷ୍ଣଚନ୍ଦ୍ର ତ୍ରିପାଠୀ,ରବୀନ୍ଦ୍ର କୁମାର ଚୌଧୁରୀ,ହରିହରପୁର ପ୍ରାକ୍ତନ ସରପଂଚ ବୈକୁଣ୍ଠ ନାଥ ସିଠ ,ସୁବାସ ଚନ୍ଦ୍ର ବରାଡ଼ ,ଜଗବନ୍ଧୁ ସାହୂ ସମେତ ବୁଦ୍ଧିଜୀବୀ ଓ ଲଡୁବାବା ମନ୍ଦିର ସେବାୟତ ବୃନ୍ଦ ଲଡୁବାବଙ୍କ ମନ୍ଦିର ସମ୍ମୁଖରେ ଦ୍ୱୀପ ପ୍ରଜ୍ବଳନ ସହିତ ଏନଏସି ଘୋଷଣା ର ଶୁଭ କାମନା ସହିତ ଖୁସି ପ୍ରକଟ କରିଥିଲେ ।ପ୍ରକାଶ ଥାଉକି ଗତ ମାସ ୬ ତାରିଖରୁ ଏନଏସି ଓ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ହେବା ଉଦ୍ଧେଶ୍ୟରେ ସମାଜସେବୀ ରୁଷିଆ ପ୍ରଧାନ ଦୀର୍ଘ ୩୭ ଦିନ ଧରି ଅନଶନ ରେ ବସିଥିଲେ ଯାହାକି ଆଜିଠାରୁ ଅନଶନ କୁ ସ୍ଥଗିତ ରଖା ଯାଇଛି ।ଶରଣକୁଳ ଅଞ୍ଚଳର ସମସ୍ତ ସାମ୍ବାଦିକ ମାନଙ୍କର ବିଭିନ୍ନ ଦୈନିକ ଖବରକାଗଜରେ ଖବର ପ୍ରକାଶିତ ହେବା ସହିତ ପ୍ରାକ୍ତନ ସରପଞ୍ଚ ଓ ଜିଲା ପରିଷଦ ସଦସ୍ୟ ମଦନମୋହନ ନନ୍ଦ,ସମାଜସେବୀ ବିକ୍ରମ କୁମାର ଦାଶ,ପ୍ରାକ୍ତନ ବିଧ୍ୟାୟକ ରବିନାରାୟଣ ମହାପାତ୍ର,ସାଂସଦ ପିନାକୀ ମିଶ୍ର ପ୍ରଭୁତି ସମସ୍ତ ଶୁଭେଛୁ ଓ କାର୍ଯ୍ୟକାର୍ତ୍ତାଙ୍କ ଏନଏସି ଘୋଷଣା ପାଇଁ ଉଦ୍ୟମ ଆଜି ଫଳବତୀ ହୋଇଛି ।
