ଶାନ୍ତି ଛଡ଼ ରେ ପଡିଲା ଛାତ, ପୌର ପରିଷଦ କାର୍ଯ୍ୟାଳୟ ନିର୍ମାଣ ରେ ଅନିୟମିତତା

ନୟାଗଡ଼ ଏନଏସି ପୌର ପରିଷଦ ମାନ୍ୟତା ପାଇବା ପରେ ସରକାର ରୂପରେଖ ରେ ପରିବର୍ତ୍ତନ ଆସୁଥିବା ବେଳେ ପୌରପରିଷଦ ନିଜସ୍ୱ କାର୍ଯ୍ୟାଳୟ ନୂତନ କୋଠା ନିର୍ମାଣ କରାଯାଇଛି, ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଥିବା କିଛି ପୁରୁଣା ଘରକୁ ଭାଙ୍ଗି ନୂତନ କୋଠା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି,ପ୍ରଥମ ମହଲାଛାତ ପଡିବା ଶେଷ ହୋଇଥିବା ବେଳେ ଦ୍ୱିତୀୟ ମହଲା ନିର୍ମାଣ ଆରମ୍ଭ ହୋଇଛି,

2କୋଟି 78ଲକ୍ଷ ଟଙ୍କା ବ୍ୟୟ ରେ ଏହି କୋଠା ନିର୍ମାଣ ହୋଇଥିବା ବେଳେ କାମରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି, ଏହିକଥା ନୟାଗଡ଼ ସହର ର ଲୋକ ଲୋଚନ ରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିବା ବେଳେ ପୌର ପରିଷଦ ର ନ୍ୟସ୍ତ ସ୍ୱାର୍ଥ କର୍ମଚାରୀ ଏଥିରେ ସାମିଲ ଥିବା ଆଲୋଚନା ହେଉଛି, ନିୟମାନୁଯାଇ କୋଠା ନିର୍ମାଣ କାମରେ ଭଲ କମ୍ପାନୀ ର ରଡ଼ ବ୍ୟବହାର କରିବାକୁ ନିର୍ଦେଶ ରହିଥିବା ବେଳେ ଠିକାଦାର ଏକ ଅନାମଧେୟ କମ୍ପାନୀ କୁ ବ୍ୟବହାର କରିଥିବା ଅଭିଯୋଗ ଆସି ଥିବା ଦେଖିବାକୁ ମିଳିଛି,

ସରକାରଙ୍କ ନିୟମାବଳୀ ରେ ଏହି କମ୍ପାନୀ ର ନାମ ନଥିବା ବେଳେ କିଭଳି ତାହାକୁ ବ୍ୟବହାର କରାଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି,ଶାନ୍ତି ଅଲଟ୍ରା ମ୍ୟାକ୍ସ ଛଡ଼ କୁ ନିର୍ମାଣ କାମରେ ବ୍ୟବହାର କରାଯାଇଥିବା ବେଳେ ପୌର ପରିଷଦ ଯନ୍ତ୍ରୀ ବିଷ୍ଣୁପ୍ରସାଦ ସେଠି ଏହାକୁ ଖଣ୍ଡନ କରିଛନ୍ତି,ନିର୍ମାଣ କାମର ତଦାରଖ କରିବା ସହ ତଦନ୍ତ କରାଯିବା ପାଇଁ ଦାବି ହୋଇଛି,ନୟାଗଡ଼ ସହର ମଝିରେ ରେ ଚାଲିଥିବା ଏଭଳି ଅନିୟମିତତା କୁ ନେଇ ସାଧାରଣ ରେ ଆଲୋଚନା ର ବିଷୟ ହୋଇଛି

You might also like