Skip to content

ଶାରଙ୍ଗଧର ପୁର ନୋଡାଲ ହାଇସ୍କୁଲ ର ସୁରକ୍ଷା ନିମନ୍ତେ ସାଧାରଣ ସଭା

ଶାରଙ୍ଗଧର ପୁର, ୮ ଜୁନ :– ଶାରଙ୍ଗଧର ପୁର ନୋଡାଲ ହାଇସ୍କୁଲ ସୁରକ୍ଷା ଅଭିଯାନ ତରଫରୁ ଏକ ସାଧାରଣ ସଭା ସ୍କୁଲ ପ୍ରାଙ୍ଗଣ ରେ ଶିକ୍ଷବିତ୍ତ ଶ୍ରୀଯୁକ୍ତ ମହାଦେବ ମହାରଣା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଥିଲା। ଏହି ଅନୁଷ୍ଠାନ ର ପ୍ରଥମ ଉଦ୍ୟକ୍ତା ମାନଙ୍କୁ ସନମାନ ଜଣାଇ ଏକ ମିନିଟି ନୀରବ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ଏହି ସାଧାରଣ ସଭାରେ ଶାରଙ୍ଗଧର ପୁର ନୋଡାଲ ହାଇସ୍କୁଲ ଅନ୍ତର୍ଭୁକ୍ତ ବିଭିନ୍ନ ଗ୍ରାମର ସତାଧିକ ଛାତ୍ର ଛାତ୍ରୀ ଅଭିଵାବକ, ପୁରାତନ ଛାତ୍ର ଛାତ୍ରୀ ପରିଚାଳନା କମିଟି, ବୁଦ୍ଧିଜୀବୀ ଓ ଜନପ୍ରତିନିଧି ମାନେ ଯୋଗ ଦେଇଥିଲାବେଳେ ଆବାହକ ମଣ୍ଡଳୀ ତରଫରୁ ସାଧାରଣ ସଭା ର ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥାପନା କରାଯାଇଥିଲା।ଦୀର୍ଘ ୬୫ ବର୍ଷ ର ବହୁ ପୁରାତନ ସ୍କୁଲ ଟି ସମୟ କ୍ରମେ ହାଇ ସ୍କୁଲ ରୁ ନୋଡାଲ ହାଇସ୍କୁଲ ରେ ପରିଣତ ହୋଇ ପ୍ରଥମ ଶ୍ରେଣୀ ରୁ ୧୦ମ ଶ୍ରେଣୀ ମିଶ୍ରଣ ହୋଇ ଏକକ ପରିଚାଳନା ରେ ପରିଚାଳିତ ହେଉଛି।

ମାତ୍ର ବହୁ ପୁରାତନ ଆଜବେଷ୍ଟ ଓ ମାଟି କାନ୍ଥ ବେଷ୍ଟିତ ଅର୍ଦ୍ଧ ଭଙ୍ଗା ବିପଦ ସଂକୁଳ ଶ୍ରେଣୀ ଗୃହ ସମ୍ପୂର୍ଣ୍ଣ ଅଚଳ ଘୋଷଣା କରିବା,ସ୍କୁଲ ପରିସରରେ ଜରାଜିର୍ଣ୍ଣ ଅବସ୍ଥା ରେ ଥିବା ପକା ଘର ଗୁଡିକରେ ସାମାୟିକ ଭାବେ ପାଠ ପଢ଼ା କାର୍ଯ୍ୟ କରିବା, ମଧ୍ୟାନ୍ହ ଭୋଜନ ର ପକା ରୋସ ସାଳା ନିର୍ମାଣ, ପାନୀୟ ଜଳ ଯୋଗାଣ,ସ୍କୁଲ ର ପାଚେରୀ ନିର୍ମାଣ, ଅଚଳ ଘରକୁ ତୁରନ୍ତ ଭାଙ୍ଗି ନୂତନ ଶ୍ରେଣୀ ଗୃହ ନିର୍ମାଣ ଓ ଫାଇବି ଟି ପ୍ରକଳ୍ପ କୁ ସମ୍ପୂର୍ଣ୍ଣ କରଣ ଆଦି ଦାବୀ ଗୁଡିକ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦୃଢ଼ ଦାବୀ କରାଯିବା ସହ ଶାରଙ୍ଗଧର ପୁର ଚତୁର୍ପାଶ୍ୱ ରେ ଗଢି ଉଠିଥିବା ବେ ଆଇନ ଓ ଅଣ ସ୍ୱୀକୃତି ପ୍ରାପ୍ତ ସରସ୍ବତୀ ଶିଶୁ ମନ୍ଦିର ଓ ଘରୋଇ ସ୍କୁଲ ଗୁଡିକ ବନ୍ଦ କରିବାକୁ ଦାବୀ କରାଯାଇ ଥିଲା।

ଏହି ପୁରାତନ ଅନୁଷ୍ଠାନ ଟି କୁ ସୁରକ୍ଷା ଦେବା ପାଇଁ ଆବାହକ ମଣ୍ଡଳୀ ସମେତ ବିଭିନ୍ନ ଗ୍ରାମ ର ପ୍ରତିନିଧି, ଜନ ପ୍ରତିନିଧି ଓ ପ୍ରାକ୍ତନ ଛାତ୍ର ମାନଙ୍କୁ ନେଇ ଏକ ପରାମର୍ଶ ଦାତା କମିଟି ଗଠନ କରାଯାଇଥିଲା ବେଳେ ଆବାହକ ଭାବେ ଭିକାରୀ ଚରଣ ସାହୁ ନିର୍ବାଚିତ ହୋଇଛନ୍ତି। ଏହି କମିଟି ଅନୁଷ୍ଠାନ ର ଏହି ଦୁସ୍ଥ ପରିସ୍ଥିତି କୁ ସର୍ବସାଧାରଣ କୁ ଅବଗତ କରିବା ସହ ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ ଏବଂ ସରକାର ଙ୍କୁ ଲେଖି ଜଣାଇବା ପାଇଁ ଦାୟୀତ୍ୱ ବହନ କରିବ। ଆବଶ୍ୟକ ସ୍ଥଳେ କୌଣସି ଅବହେଳା ଘଟିଲେ ଆନ୍ଦୋଳଣାତ୍ମକ ପଦକ୍ଷେପ ନିଆଯିବ ବୋଲି ନିଷ୍ପତି କରାଗଲା। ଏହି ସାଧାରଣ ସଭାରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗିରିଜାକାନ୍ତ ମହାପାତ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ମହାପାତ୍ର ଓ ନବକିଶୋର ମହାପାତ୍ର, ପୂର୍ବତନ ସମିତି ସଭ୍ୟ ତଥା ଆବାହକ ମଣ୍ଡଳୀ ସଭ୍ୟ ସୁରେଶ ସ୍ୱାଇଁ,ଭିକାରୀ ଚରଣ ସାହୁ, ସ୍କୁଲ ପରିଚାଳନା କମିଟି ଅଧକ୍ଷ ଭାବାନୀ ପଦ ରଞ୍ଜନ ମହାପାତ୍ର, ସରପଞ୍ଚ ପ୍ରତିନିଧି ସୂର୍ଯ୍ୟ ନାରାୟଣ ପ୍ରଧାନ, ସମିତି ସଭ୍ୟ ମୀନକେତନ ନାୟକ ଓ ପ୍ରଧାନ ଶିକ୍ଷକ ବିଜୟ ବେହେରା ଯୋଗ ଦେଇ ଆଲୋଚନା କରିଥିଲେ।

Ad 1