ଖବର ପ୍ରକାଶନ ପରେ କାର୍ଯ୍ୟାଳୟ ଗୃହର ଆନୁସଙ୍ଗିକ ମରାମତି କାର୍ଯ୍ୟ ଆରମ୍ଭ ।ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ନୂତନ କୋଠା ନିର୍ମାଣ ନିମନ୍ତେ ୩୧ ଲକ୍ଷ ଟଙ୍କା ମଞ୍ଜୁର
ଖଣ୍ଡପଡା ବ୍ଲକ ଅଧିନ ଶାଳଝରିଆ ଗ୍ରାମସ୍ଥିତ ସେବା ସମିତି କାର୍ଯ୍ୟାଳୟ ଗୃହଟି ବିପଦଶଙ୍କୁଳ ଅବସ୍ଥାରେ ଥିବା ନେଇ କ୍ରମାଗତ ଭାବେ ଆମ ଉତ୍କଳ ଆୱାଜ୍ ରେ ଏବଂ ଛାପା ଗଣମାଧ୍ୟମ ‘ସମାଜ’, ‘ଧରିତ୍ରୀ’ ଆଦି ବିଭିନ୍ନ ଦୈନିକ ଖବର କାଗଜ ରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶନ ପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଉକ୍ତ ସେବା ସମବାୟ ସମିତି କାର୍ଯ୍ୟାଳୟ ଗୃହର ଉନ୍ନତିକରଣ ନିମନ୍ତେ ଦୃଷ୍ଟି ଦେଇଥିବା ଜଣାପଡ଼ିଛି । ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟାଳୟ ଗୃହର ଆନୁସଙ୍ଗିକ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ନୂତନ କୋଠା ନିର୍ମାଣ ନିମନ୍ତେ ୩୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଶାଳଝରିଥା ସେବାସମବାୟ ସମିତିର ସମ୍ପାଦକ ଚକ୍ରଧର ସାହୁଙ୍କ ଠାରୁ ପ୍ରକାଶ । ଖଣ୍ଡପଡ଼ା ବ୍ଲକ ପ୍ରଶାସନର ପ୍ରତ୍ୟେକ୍ଷ ତତ୍ବାବଧାନରେ ଖୁବ୍ ଶୀଘ୍ର ଶାଳଝରିଆ ସେବାସମବାୟ ସମିତିର ନୂତନ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଖଣ୍ଡପଡ଼ା ବ୍ଳକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷଙ୍କ ଠାରୁ ପ୍ରକାଶ । ପ୍ରକାଶଥାଉକି ଦୀର୍ଘ ବର୍ଷ ପରେ ଶାଳଝରିଆ ସେବା ସମବାୟ ସମିତି କାର୍ଯ୍ୟାଳୟର ନୂତନ କୋଠା ନିର୍ମାଣ ନିମନ୍ତେ ଅନୁଦାନ ଅର୍ଥ ମଞ୍ଜୁର ପରେ ଅଂଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଶାଳଝରିଆ ପଂଚାୟତବାସୀ ଏଥି ନିମନ୍ତେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।