ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ଜନହିତକର ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ କିମ୍ଵା ଛାତ୍ରୀଛାତ୍ର କିଭଳି ଭାବେ ଉନ୍ନତମାନର ଶିକ୍ଷା ଓ ସ୍ଵାସ୍ଥ୍ୟ ସେବା ପାଇପାରିବେ ସେ ନେଇ ମୁଖ୍ୟମନ୍ତ୍ରୀ ସର୍ବଦା ଚେଷ୍ଟିତ । ଓଡ଼ିଶା ବାସୀଙ୍କୁ ମୋ ପରିବାର ବୋଲି ଭାବି ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରି ଆସୁଥିବା ମୁଖ୍ୟ ମନ୍ତ୍ରୀ ଙ୍କୁ ଆପଣଙ୍କ ଆର୍ଶୀବାଦ ସବୁବେଳେ ରହିଥାଉ ବୋଲି ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ରାସଙ୍ଗ ଗ୍ରାମରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁ କହିଛନ୍ତି ।
ଏହି ଅବସରରେ ରାସଙ୍ଗଠାରେ ନବନିର୍ମିତ ୟୁପି ବିଦ୍ୟାଳୟ, ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଓ ପ୍ରାଣବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ଦ୍ଵିତଳ ପ୍ରସାଦ କୋଠା ଘର ମୁଖ୍ୟ ଅତିଥି ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା ପ୍ରମୁଖ ଯୋଗ ଦେଇଥିଲେ । ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ ।