ଶିଶୁ ଅଧିକାର ସମ୍ବନ୍ଧୀୟ ସଚେତନତା
ନୟାଗଡ଼ ବ୍ଳକ ଲେଙ୍କୁଡ଼ିପଡା ଏବଂ ବାଲୁଗାଁ ଠାରେ ଦାସକାଠିଆ ନୃତ୍ୟ ମାଧ୍ୟମ ରେ ଲୋକଙ୍କୁ ବାଲ୍ୟ ବିବାହ, ଶିଶୁ ଚାଲାଣ, କନ୍ୟା ଭ୍ରୁଣ ହତ୍ୟା, ଶିଶୁ ଶ୍ରମିକ ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣ ଇତ୍ୟାଦି ବିଷୟ ରେ ସଚେତନତା କରାଯାଇଥିଲା,

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ,ସିଡିପିଓ,ସିଡବ୍ଲୁସି, ଡିସିପିୟୁ ର ସମସ୍ତ ସଦସ୍ୟ ଏବଂ ଅଙ୍ଗନବାଡି କର୍ମୀ, ସମାଜ ସେବୀ ଉପସ୍ଥିତ ରହିଥିଲେ, ଆଗାମୀ ଦିନ ରେ ବିଭିର୍ନ ସ୍ଥାନ ରେ ଏହି କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ସୂଚନା ମିଳିଛି, ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ