ଶିଶୁ ଯୌନ ଶୋଷଣ ଆଇନ ଓ ଏହାର ସୁରକ୍ଷା ତଥା ପୀଡିତାର କ୍ଷତି ପୂରଣ ଏବଂ ସାଇବର ଆଇନ ବିଷୟରେ ସଚେତନତା

ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣା ଙ୍କ ନିର୍ଦ୍ଦେଶ କ୍ରମେ, ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, ଗତିଶ୍ଵର ଡିଗ୍ରୀ ମହାବିଦ୍ୟାଳୟ, ମାଳିସାହି, ନୟାଗଡ ଠାରେ ସୋସିଆଲ ମିଡିଆରେ ନିରାପତ୍ତା ଏବଂ ସାଇବର ଆଇନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇ ଯାଇଅଛି । ଅଧ୍ଯକ୍ଷ ଶ୍ରୀ ସୁଶାନ୍ତ କୁମାର କର ସ୍ଵାଗତ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ସୋସିଆଲ ମିଡିଆରେ ନିରାପତ୍ତା ଏବଂ ସାଇବର ଆଇନ ଉପରେ ବାଖ୍ୟା କରିବା ସହିତ ପ୍ରଶ୍ନୋତ୍ତର ମାଧ୍ୟମରେ ଯୁବପିଢ଼ି ଙ୍କୁ ସଚେତନ କରାଇଥିଲେ । ଡ଼ି. ଏସ.ପି. ଶ୍ରୀ ସୁକାନ୍ତ କୁମାର ପାତ୍ର ସାଇବର ଆଇନ ଓ ଏହାର ନିରାକରଣ ଉପରେ ବର୍ଣ୍ଣନା କରିଥିଲେ । ବରିଷ୍ଠ ଆଇନଜୀବି ଶ୍ରୀ ଉମେଶ ଚନ୍ଦ୍ର ମହାରଣା – ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ଆଇନ ଗତ ଦିଗ ଉପରେ ଆଲୋକପାତ କରିଥିଲେ । ସଦସ୍ୟ ମହମ୍ମଦ ଓମାର ମାଲ୍ଲିକ – ଯୁବ ସମାଜକୁ ଶୃଙ୍ଖଳା, ନିଶା ବର୍ଜନ , ଶାନ୍ତି ଓ ପରିବେଶ ରକ୍ଷାର ଆବଶ୍ୟକତ ଦର୍ଶାଇଥିଲେ । ପରିଶେଷରେ ଅଧ୍ୟାପିକା ଅରୁଣିମା ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ । ତତ୍ପରେ ଗତିଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ” ପୋସ୍କୋ ଆଇନ ଓ ପୀଡିତାଙ୍କ କ୍ଷତିପୂରଣ ୨୦୧୨” ଉପରେ ଅନ୍ୟ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା । ଅଧକ୍ଷ୍ଯା ଶ୍ରୀମତୀ ଅମିତା କୁମାରୀ ଦାସଙ୍କ ସ୍ୱାଗତ ସହିତ ସଭା କାର୍ଯ୍ୟ
ଆରମ୍ଭ ହୋଇଥିଲା ।ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ –ଜାତୀୟ ଆଇନ ସେବା କ୍ଷତି ପୂରଣ ବାଖ୍ୟା କରିଥିଲେ ।ଡ଼ି. ଏସ. ପି. ଶ୍ରୀ ସୁକାନ୍ତ କୁମାର ପାତ୍ର ପୋସ୍କୋ ନିୟମ ଓ ସତର୍କତା ବିଷୟରେ ପିଲାମାନଙ୍କୁ ଅବଗତ କରାଇଥିଲେ ।

ବରିଷ୍ଠ ଆଇନଜୀବି ଶ୍ରୀ ରମେଶ ଚନ୍ଦ୍ର ମହାରଣା – ଶିଶୁ ଯୌନ ଶୋଷଣ ଆଇନ ୨୦୧୨ ଓ ଏହାର ସୁରକ୍ଷା ଏବଂ ପୀଡିତାର କ୍ଷତିପୂରଣ ଉପରେ ବର୍ଣ୍ଣନା କରିଥିଲେ । ସଦସ୍ୟ ମହମ୍ମଦ ଓମାର ମାଲ୍ଲିକ -ଶୃଙ୍ଖଳା, ଦେଶପ୍ରେମ ଓ ଜାତୀୟତା ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ, କର୍ମଚାରୀ, ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକାରଣର କର୍ମଚାରୀ ଶ୍ରୀ ପବନ କୁମାର ବେହେରା,ଶ୍ରୀ ପ୍ରଶାନ୍ତ କୁମାର ସାହୁ, ଶ୍ରୀ ରାଜେଶ କୁମାର ବାରିକ କାର୍ଯ୍ୟକ୍ରମ ସହଯୋଗ କରିଥିଲେ ।ପରିଶେଷରେ ଅଧ୍ୟାପକ ଶ୍ରୀ ଶିବରାମ ପଢିଆରୀ ଏହି ସଚେତନତା କାର୍ଯ୍ୟକ୍ରମ ସମୟ ଉପଯୋଗୀ ବୋଲି ବର୍ଣ୍ଣନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

You might also like