ଶୁଭଦ୍ରା ଯୋଜନା ଓ ସ୍ଵଛତା ପକ୍ଷ ପାଳନ ନିମନ୍ତେ ବୈଠକ

ତା ୧୩/୯/୨୪ – ଶୁଭଦ୍ରା ଯୋଜନା ଓ ସ୍ୱଚ୍ଛତା ପକ୍ଷ ପାଳନ ନିମନ୍ତେ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କ ଅଧକ୍ଷତା ରେ ଏକ ଜିଲ୍ଲା ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଛି, 2014ମସିହା ରୁ ପାଳନ ହୋଇ ଆସୁଥିବା ସ୍ଵଛତା ପକ୍ଷ 10ମ ଵର୍ଷ ଅବସର ରେ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ଅତ୍ୟଧିକ ସରସ ସୁନ୍ଦର ଭାବେ ପାଳନ କରିବା ପାଇଁ ନିଷ୍ପତି ନେଇ ଛନ୍ତି ଚଳିତ ବର୍ଷ,ସ୍ୱଭାବ ସ୍ୱଛତା ସଂସ୍କାର ସ୍ଵଛତାବାର୍ତା ଦ୍ୱାରା ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତି
ସାମିଲ ହେବା ପାଇଁ ଜିଲାପାଳ ପରାମର୍ଶ ଦେଇ ଥିଲେ,ଏଥିପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ଏହି ଅବସର ରେ ଅନୁଷ୍ଠିତ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମ ଅବସର ରେ ବିତରଣ କରାଯିବ, ଏହା ସହିତ ଶୁଭଦ୍ରା ଯୋଜନା ଉପରେ ଆଲୋଚନା କରି ଜିଲ୍ଲା ପାଳ 17ତାରିଖ ଭୁବନେଶ୍ୱର ଜନତା ମଇଦାନ ରେ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରେ ଜିଲ୍ଲା ର ଦୁଇହଜାର ଯୋଗ୍ୟ ହିତାଧିକାରୀ, ତଥା, ଆଶା, ଅଙ୍ଗନବାଡି, ଏମବିକେ, ସିଆରପି,ସ୍ୱୟମ ସହାୟକ ଗୋଷ୍ଟି ର ମହିଳା ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି,ବସ ରେ ମହିଳା ଙ୍କୁ ନେବାକୁ ବ୍ୟବସ୍ଥା କରାଯାଇ ଥିବା ବେଳେ ପ୍ରତ୍ୟକ ବସ ପାଇଁ ଜଣେ ନୋଡାଲଅଧିକାରୀ, ଦାୟିତ୍ୱ ରେ ରହିବେ,

ବସ ରେ ଔଷଧ, ଓଆରଏସ, ପାଣି ବୋତଲ, ଇତ୍ୟାଦି ର ବ୍ୟବସ୍ଥା ରହିବ, ଏହା ସହିତ ବ୍ଲକ ଓ ଜିଲ୍ଲା ସ୍ତର ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ 5ହଜାର ମହିଳା, ସାମିଲ ହେବେ, ମହିଳା ଙ୍କୁ ସଭାସ୍ଥଳ କୁ ଆଣିବା ନିମନ୍ତେ ବସ ର ବ୍ୟବସ୍ଥା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ପରାମର୍ଶ ଦିଆ ଯାଇଛି,, ବୈଠକ ରେ ଅତିରିକ୍ତ ଜିଲାପାଳ ରୋଜିନା ଦାସ, ଶୁଭଦ୍ରା ଜିଲ୍ଲା ନୋଡାଲ ଅଧିକାରୀ ଦେବଦତ ପଣ୍ଡା, ପ୍ରକଳ୍ପ ନିର୍ଦେଶକ,ଡୁଡା ସୁମନ ବେହେରା, ବନ ଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅର୍ଚନା କହଁର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଡା, ରମାକାନ୍ତ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ,ରାଜଶ୍ରୀ ପଟ୍ଟନାୟକ,ଜିଲ୍ଲା କ୍ରୀଡା ଅଧିକାରୀ ସୁଜାତା କୁମାରୀ ସାହୁ,ଡିସିପି ମିଶନ ଶକ୍ତି ସମିଧା ପାଢ଼ୀ ଉପସ୍ଥିତ ଥିଲେ,ସମସ୍ତ ବ୍ଲକ ର ଗୋଷ୍ଠି ଉର୍ନୟନ ଅଧିକାରୀ, ପୌରପରିଷଦ, ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାହୀଅଧିକାରୀ ମାନେ ବୈଠକ ରେ ଓସ୍ୱାନ ସହିତ ଯୋଡି ହୋଇଥିଲେ

You might also like