ଶୁଭଦ୍ରା ଯୋଜନା ର ଶୁଭାରମ୍ଭ, ନୟାଗଡ଼ ଜିଲ୍ଲା ରେ ଦୁଇ ଲକ୍ଷ ରୁ ଅଧିକ ମହିଳାଙ୍କ ପଞ୍ଜିକରଣ, ଜିଲାପାଳଙ୍କ ସୂଚନା

ବ୍ୟାଙ୍କ ଆକାଉଣ୍ଟ କୁ ଗଲା ଶୁଭଦ୍ରା ଯୋଜନା ର ଟଙ୍କା, ଆଜି ନିଜ ଜନ୍ମ ଦିନ ରେ ଓଡିଶା ଆସି ଶୁଭଦ୍ରା ଯୋଜନା ର ଶୁଭାରମ୍ଭ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି,ରାଜ୍ୟ ସରକାର ସମସ୍ତ ବ୍ଲକରେ ଶୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ କରିଛନ୍ତି ଏଲିଡି ମାଧ୍ୟମ ରେ ପ୍ରଧାନ ମନ୍ତ୍ରୀ ଙ୍କ ସିଧା ସଳଖ କାର୍ଯ୍ୟକ୍ରମ କୁ ଶୁଭଦ୍ରା ହିତାଧିକାରୀ ମାନେ ସାମିଲ ହୋଇଛନ୍ତି,

ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକ ରେ ଶୁଭଦ୍ରା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ନୟାଗଡ଼ ଷ୍ଟାଡିଅମ ଠାରେ ଆଜି ନୟାଗଡ଼ ପଞ୍ଚାୟତ ସମିତି ଓ ନୟାଗଡ଼ ପୌରପାଳିକା ଓ ଜିଲ୍ଲା ପ୍ରଶାସନ ର ମିଳିତ ଉଦ୍ୟମ ରେ ଶୁଭଦ୍ରା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ନୟାଗଡ଼ ବ୍ଲକ ବିଡ଼ିଓ ପଦ୍ମ ଚରଣ ସାହୁ, ଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ, ସଂମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବଦତ ପଣ୍ଡା,, ଡୁଡା ର ପ୍ରକଳ୍ପ ନିର୍ଦେଶକ ସୁମନ କୁମାର ବେହେରା, ଡିଏସଡ଼ବ୍ଲୁଓ, ସିଡିପିଓ, ଓ ନୟାଗଡ଼ ପୌରାଞ୍ଚଳ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଅତିଥି ଭାବେ ସାମିଲ ହୋଇଥିଲେ, ଏହି ଅବସର ରେ ଜିଲାପାଳ ଶୁଭଦ୍ରା ଯୋଜନା ରେ ନୟାଗଡ଼ ଜିଲ୍ଲା ରେ ଆଜି ସୁଦ୍ଧା ଦୁଇ ଲକ୍ଷ ରୁ ଅଧିକ ମହିଳା ପଞ୍ଜିକରଣ କରିଥିବା ପ୍ରକାଶ କରିଥିଲେ,

ନୟାଗଡ଼ ଜିଲ୍ଲା ରେ ଶାନ୍ତି ଶୃଙ୍ଖଳା ର ସହିତ ଏହି କାର୍ଯ୍ୟକ୍ରମ ଚାଲୁ ରହି ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ମହିଳା ମାନଂକୁ ସାଧୁବାଦ ଜଣାଇଥିଲେ, ଏଥି ସହିତ ଯୋଜନା ରେ ସଂଶ୍ଲିଷ୍ଟ ସମସ୍ତ ଅଧିକାରୀ,ଓ କର୍ମଚାରୀ ମାନଂକୁ ଜିଲାପାଳ ପ୍ରଶଂସା କରିଥିଲେ, ମହିଳା ମାନେ କିପରି ଉଦ୍ୟୋଗୀହୋଇ ପାରିବେ ସେଥିପାଇଁ ମହିଳା ମାନେ ଆଗକୁ ଆସିବା ପାଇଁ ପରାମର୍ଶ ଦେଇ ଥିଲେ, ମହିଳା ମାନଙ୍କର ସାମଗ୍ରୀକ ବିକାଶ କରିବା ପାଇଁ ଏହି ଶୁଭଦ୍ରା ଯୋଜନା ଆରମ୍ଭ କରାଯାଇଛି ବୋଲି ଜିଲାପାଳ ପ୍ରକାଶ କରିଥିଲେ, ଏହି ଅବସର ରେ ସ୍ଵଛତା ହିଁ ସେବାକୁ ଗୁରୁତ୍ୱ ଦେବା କୁ ପରାମର୍ଶ ଦେଇ ଥିଲେ, ଆଜିକାର ଦିନ ରେ ସ୍ଵଛତା ହିଁ ବଡ଼ ସେବା ବୋଲି ଜିଲ୍ଲା ପାଳ ପ୍ରକାଶ କରିଥିଲେ, ମହିଳା ମାନଙ୍କ ଦ୍ୱାରା ଶୁଭଦ୍ରା ସମ୍ବନ୍ଧୀୟ ଏକ ସଚେତନତା ମୂଳକ ନାଟକ ପରିବେଷଣ କରାଯାଇଥିଲା

You might also like