Skip to content

ଶ୍ରାବଣ ପ୍ରଥମ ସୋମବାର, ଲଡ଼ୁବାବା ଙ୍କ ପୀଠ ରେ କାଉଡିଆଙ୍କ ଜଳ ଲାଗି

ଶ୍ରାବଣ ର ପ୍ରଥମ ସୋମ ବାର ରେ ଲଡ଼ୁବାବା ଙ୍କ ପୀଠ ରେ ଜଳଲାଗି ପାଇଁ କାଉଡିଆମାନଙ୍କ ଲମ୍ବା ଧାଡି ଦେବାକୁ ମିଳିଥିଲା, ରବିବାର ରାତି ରେ ଶହ ଶହ ସଂଖ୍ୟା ରେ କାଉଡିଆ ମାନେ ମହାନଦୀର ଗଡ଼ଗଡିଆ ଘାଟ, କଣ୍ଟିଲୋ ମହାନଦୀ, ସମେତଅନ୍ୟ ନଦୀ ରୁ ଜଳ ଭାର ଧରି ପହଂଚିଥିଲେ, ଶରଣକୂଳ ରେ ପହଂଚି ଅସ୍ଥାୟୀ ଆଶ୍ରୟସ୍ଥଳୀ ରେ ବିଶ୍ରାମ ନେଇ ଥିଲେ, କାଉଡିଆ ମାନଙ୍କ ପାଇଁ ବିଭିର୍ନ ସ୍ଥାନ ରୁ ଆସିଥିବା ଦାତବ୍ୟ ଅନୁଷ୍ଠାନ ମାଗଣା ଜଳଖିଆ, ଅର୍ଣ୍ଣପ୍ରସାଦ ର ତଥା ଅନ୍ୟାନ୍ୟ ବ୍ୟବସ୍ଥା କରିଥିଲେ,

ଲଡ଼ୁବାବା ଙ୍କ ଅବକାଶ ନୀତି ସମ୍ପର୍ଣ ହେବା ପରେ କାଉଡିଆ ମାନେ ଗେରୁଆ ବସ୍ତ୍ର ପରିଧାନ କରି ସିଂହସମ୍ମୁଖରେ ନିର୍ମିତ ଲୌହ ବ୍ୟାରିକେଡ଼ ଦେଇ ଧାଡ଼ି ରେ ଜଳକୁମ୍ଭ ନେଇ ଓଁ ନମଃ ଶିବାୟ କହି, ଜୟ ଲଡ଼ୁବାବା ଜୟ, ହରହର ମହାଦେବ, ଧ୍ୱନି ଉଚ୍ଚାରଣ କରି ମନ୍ଦିର ଭିତରେ ପ୍ରବେଶ ପରେ ପୂଜାଅର୍ଚନା କରିବା ସହିତ ଧାଡ଼ି ରେ ଯାଇ ମହାଦେବ ଙ୍କ ମସ୍ତକ ରେ ଜଳ ଲାଗି କରିଥିଲେ, ଠାକୁର ଙ୍କ ନୀତି ପାଇଁ କିଛି ସମୟ ପାଇଁ ଭକ୍ତ ମାନଙ୍କ ଦର୍ଶନ ବନ୍ଦ ହୋଇଥିଲା, ତାପରେ ରୀତି ଅନୁଯାୟୀ ପୁଣି ଦର୍ଶନ, ଓଜଳାଭିଷେକ ହୋଇଥିଲା, ମନ୍ଦିର ପରିଚାଳକ, ସୁବାଷ ଚନ୍ଦ୍ର ବରାଡ଼, ଓସେବାସୀ ମାନେ ଭକ୍ତ ମାନଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରିଥିଲେ, ଅନୁରୂପ ଭାବରେ ଜାମୁପାଟଣା ସ୍ଥିତ ବାବା ଦୁତିକେଶ୍ୱର ଙ୍କ ପୀଠ ରେ କାଉଡିଆ ମାନେ ଜଳ ଲାଗି କରିଥିଲେ

Ad 1