ଶ୍ରାବଣ ଶେଷ ସୋମବାର, ଭକ୍ତିମୟ ଶୈବପୀଠ

ନୟାଗଡ଼ ଜିଲ୍ଲା ର ଶରଣକୂଳ ରେ ବିରାଜିତ ପ୍ରସିଦ୍ଧ ବାବା ଲଡ଼ୁକେଶ ମହେଶ, ବାବା ଲଡ଼ୁ ବାବା ଙ୍କ ପୀଠ ରେ ଶେଷ ସୋମବାର ଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ଜଳାଭିଷେକ ପାଇଁ ହଜାର ରୁ ଉର୍ଦ୍ଧ କାଉଡିଆ ଭକ୍ତ ଙ୍କ ସମାଗମ ହୋଇଛି, ପବିତ୍ର ଶ୍ରାବଣ ମାସ ଶେଷ ସୋମବାର ହୋଇଥିବାରୁ ଅନ୍ୟ ବର୍ଷ ତୁଳନା ରେ ଚଳିତ ବର୍ଷ ଲଡ଼ୁ ବାବା ଙ୍କ ଶୈବ ପୀଠ ଭକ୍ତି ମୟ ହୋଇଛି, ଲଡ଼ୁବାବା ଙ୍କ ବିଶେଷ ନୀତିକାନ୍ତି ପୂଜା ପରେ ରବିବାର ଅପରାହ୍ନ ଠାରୁ କାଉଡିଆ ଭକ୍ତ ମାନେ ମାନସିକ ଭାବେ କାନ୍ଧ ରେ ଜଳଭାର ଆଣି ଶୃଙ୍ଖଳିତ ଭାବେ ବ୍ୟାରିକେଡ଼ ରେ ଆସି ଜଳାଭିଷେକ କରିଛନ୍ତି,

କାଉଡିଆଙ୍କ ସମାଗମ କୁ ଦୃଷ୍ଟି ରେ ରଖି ଶାନ୍ତି ଶୃଙ୍ଖଳା ପାଇଁ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଏସଡିପିଓ,, ଶରଣକୂଳ ଆଇଆଇସି, ଏସଆଇ, କନେଷ୍ଟବଳ, ତଥା ପୋଲିସ ଅଧିକାରୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ତଦାରଖ କରିଥିଲେ,ତତ ସହିତ ମନ୍ଦିର ଟ୍ରଷ୍ଟ ପକ୍ଷରୁ କାଉଡିଆ ଭକ୍ତ ଙ୍କ ପାଇଁ ରହିବା, ତଥାବିଶ୍ରାମ ନେବା, ଓ ଜଳାଭିଷେକ କରିବା ପାଇଁ ବ୍ୟବସ୍ଥା କରାଯାଇଛି, ଏଥି ସହ ମନ୍ଦିର ପରିସରଶ୍ରାବଣ ମାସ ଶେଷ ସୋମବାର ରେ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଛି,

You might also like