ଶ୍ରୀରାମକୃଷ୍ଣ – ବିବେକାନନ୍ଦ ଆଶ୍ରମ ନୟାଗଡ଼ ତରଫରୁ ମୂଲ୍ଯବୋଧ ଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମ।।

ନୟାଗଡ଼-: ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସଭାକକ୍ଷରେ ଶ୍ରୀରାମକୃଷ୍ଣ ବିବେକାନନ୍ଦ ଆଶ୍ରମ ନୟାଗଡ଼ ତରଫରୁ ଏକ ଯୁବ ସମ୍ମେଳନ ମାଧ୍ୟମରେ ମୂଲ୍ଯବୋଧ ଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଆଶ୍ରମ ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ କାଉ ଓ ଚିଲ ର ଉଦାହରଣ ଦେଇ ପ୍ରତ୍ଯେକ ଛାତ୍ରଛାତ୍ରୀ ହିଂସା ଇର୍ଷା ଓ ନକରାତ୍ମକ ଭାବନାରୁ ଦୂରେଇ ଚିଲ ପରି ନିର୍ଦ୍ଧିଷ୍ଟ ଲକ୍ଷ୍ଯପଥରେ ମୂଲ୍ଯବୋଧ ଭିତ୍ତିକ ଶିକ୍ଷାକୁ ଆଧାର କରି ଜୀବନ ନିର୍ବାହ କରିବାକୁ ସନ୍ଦେଶ ଦେଇଥିଲେ। ମୁଖ୍ଯ ବକ୍ତା ଭାବେ ଭୁବନେଶ୍ୱର ସ୍ଥିତ ଆଦ୍ରୁତା ଶିଶୁ ସଦନର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଆଦିତ୍ୟ କୁମାର ମହାନ୍ତି ଯୋଗଦେଇ ବିଜ୍ଞାନ ଓ ବୈଷୟିକ ଶିକ୍ଷା ର ଉନ୍ନତି ଦ୍ବାରା ମନୁଷ୍ଯ ଯେତିକି ପ୍ରଗତି କରିଛି ସେହି ମନୁଷ୍ଯ ଶିକ୍ଷାରେ ମୂଲ୍ଯବୋଧର ଅଭାବ ହେତୁ ସେତିକି ଅବନତି ମଧ୍ଯ କରୁଛି।

ତେଣୁ ନିଜକୁୁ ସୁନାଗରିକ ଭାବେ ଗଢ଼ି ତୋଳିବାକୁ ହେଲେ ମୁଲ୍ଯବୋଧ ଭିତ୍ତିକ ଶିକ୍ଷାକୁ ଜୀବନରେ ଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ। ସଭାରେ ସଭାପତିତ୍ୱ କରୁଥିବା ରାମକୃଷ୍ଣ ମିଶନ,ଭୁବନେଶ୍ବର ର ବରିଷ୍ଠ ସନ୍ନ୍ଯାସୀ ଶ୍ରୀମତ ସ୍ବାମୀ ଅଦ୍ବୟାନନ୍ଦଜୀ ମହାରାଜ ବୁଦ୍ଧି ଓ ସଦବୁଦ୍ଧି ବିଷୟରେ ବିଭିନ୍ନ ଉଦାହରଣ ମାଧ୍ୟମରେ ଆଲୋଚନା କରି ଉପସ୍ଥିତ ଯୁବ ଛାତ୍ରଛାତ୍ରୀ ମାନଙ୍କୁ ଆଶୀର୍ବାଦ କରିଥିଲେ। ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ଷଷ୍ଠ ଶ୍ରେଣୀ ଛାତ୍ରୀ ବିଶ୍ବ ବିଜିତା ମହାନ୍ତି ଓ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ବିଦ୍ଯା ବିଜିତା ମହାନ୍ତି ସ୍ବାମୀ ବିବେକାନନ୍ଦଙ୍କ ଜୀବନୀ ଆଲୋଚନା କରିବା ସହିତ ମୂଲ୍ଯବୋଧ ଭିତ୍ତିକ ଶିକ୍ଷା ସମ୍ବନ୍ଧୀୟ ବକ୍ତବ୍ଯ ରଖିଥିଲେ। ଅବସରପ୍ରାପ୍ତ ସୈନିକ ତଥା ସାହିତ୍ଯିକ ଗୋପିନାଥ ସେଠୀ ମଞ୍ଚ ସଂଯୋଜନା କରିଥିଲା ବେଳେ ଶ୍ରୀରାମକୃଷ୍ଣ ବିବେକାନନ୍ଦ ଭାବ ପ୍ରଚାର ପରିଷଦର ରାଜ୍ଯ ଆବାହକ ଅଧ୍ଯାପକ ସର୍ବେଶ୍ୱର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପାଢୀ ଟ୍ଯୁଟୋରିଆଲ୍, ୟୁନିଟେକ ଆବାସିକ ମହାବିଦ୍ୟାଳୟ, କେମ୍ବ୍ରିଜ୍ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ,ପୋଡିଜ୍ ଟ୍ଯୁଟୋରିଆଲ୍,ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ବହୁ ଯୁବ ଛାତ୍ରଛାତ୍ରୀ ମାନେ ଯୋଗଦେଇ ଥିଲା ବେଳେ ପ୍ରଫେସର ହରପ୍ରସାଦ ମହାପାତ୍ର, ପ୍ରାଧ୍ୟାପକ ହରେକୃଷ୍ଣ ସାହୁ, ସମାଜସେବୀ ଦାମୋଦର ସାହୁ, ଅରୁଣ କୁମାର ମହାନ୍ତି, ସୂର୍ଯ୍ୟ ମଣି ସାହୁ, ପ୍ରଦୀପ କୁମାର ସାହୁ, ସନ୍ତୋଷ କୁମାର ନାୟକ, କାମାକ୍ଷା ପ୍ରସାଦ ଦାସ, ପ୍ରମୋଦ ପଟ୍ଟନାୟକ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ସନ୍ତୋଷ କୁମାର ସାହୁ, ହରିହର ପାତ୍ର, ଲକ୍ଷ୍ମୀକାନ୍ତ ଦାସ,ନୟାଗଡ଼ ସମାଜ ପ୍ରତିନିଧି ଶୁଭେନ୍ଦୁ କୁମାର ଦାସ, ହୀରାଞ୍ଚଳ ପ୍ରତିନିଧି ଗୌରୀଶଙ୍କର ଦାସ, ନିରଂଜନ ନାୟକ ଓ ମନୋଜ କୁମାର ମହାପାତ୍ର ଆଦି ବହୁ ସମାଜସେବୀ ଉପସ୍ଥିତ ଥିଲା ବେଳେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ସହଯୋଗ କରିଥିଲେ।

You might also like