ଶ୍ରୀ ଅନ୍ନ ଅଭିଯାନ ଅନ୍ତର୍ଗତ ବ୍ଳକ ସ୍ତରୀୟ ଖାଦ୍ୟ ମେଳା ଅନୁଷ୍ଠିତ ।

ନୟାଗଡ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଗଣିଆ ଉନ୍ନୟନ କମିଟି ଆନୁକୂଲ୍ୟରେ ତଥା ଜିଲ୍ଲା କୃଷି ଅଧିକାରୀଙ୍କ ସହାୟତାରେ ଶ୍ରୀ ଅନ୍ନ ଯୋଜନା ଅନ୍ତର୍ଗତ ବ୍ଳକ ସ୍ତରୀୟ ଖାଦ୍ୟ ମେଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ମୁଖ୍ୟ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ,ଗଣିଆ ବ୍ଳକ ବିପିଏମ କାଦମ୍ବିନୀ ନାୟକ,ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିହାର ବାଳା ରାଉତ,ଡବ୍ଳୁଇଓ ଗୋବିନ୍ଦ ଚନ୍ଦ୍ର ମହାପାତ୍ର, କୃଷି ଅଧିକାରୀ ଜ୍ଞାନ ରଞ୍ଜନ ପରିଡ଼ା, ଶ୍ରୀ ଅନ୍ନ ଯୋଜନା ଜିଲ୍ଲା ସଂଯୋଜିକା ଅମ୍ବିକା ଦତ୍ତ,ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଗଣିଆ ବ୍ଳକର ପ୍ରାୟ ୩୦ ଜଣ ମହିଳା ଏହି ମେଳାରେ ନିଜ ନିଜର ଗୋଷ୍ଠୀ ଦ୍ବାରା ତିଆରି ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ କରିଥିଲେ ।

ପ୍ରାୟ ୫୦ ରୁ ଅଧିକ ଖାଦ୍ୟ ସାମଗ୍ରୀ ଏହି ମେଳାରେ ପ୍ରଦର୍ଶନ କରାଯାଇଥିଲା । ବିଧାୟକ ଶ୍ରୀ ବେହେରା ଖାଦ୍ୟ ମେଳା ପରିଦର୍ଶନ କରିବା ସହିତ ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ । ଦିନକୁ ଦିନ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଚାହିଦା ବଢୁଥିବାରୁ ଏହାର ଶ୍ରେୟ ସମସ୍ତ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କର ବୋଲି ବିଧାୟକ ପ୍ରକାଶ କରିଥିଲେ । ପାରମ୍ପରିକ ଖାଦ୍ୟକୁ ଆଗକୁ ନେବା ପାଇଁ ଆପଣମାନେ ଏଭଳି ପ୍ରୟାସ କରନ୍ତୁ ବୋଲି ସେ ମହିଳା ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଖାଦ୍ୟ ମେଳାରେ ଅଂଶ ଗ୍ରହଣ କରିଥିବା ୧୦ଟି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ମହିଳା ମାନଙ୍କୁ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ପୁରସ୍କାର ବଣ୍ଟନ କରାଯାଇଥିଲା ।

You might also like