Skip to content

ଶ୍ରୀ ରଘୁନାଥ ବସ ଦୁର୍ଘଟଣା ଗ୍ରସ୍ତ, ବିଲ ଭିତରକୁ ପଶିଗଲା

ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ଥାନା ଶାଳଭଙ୍ଗା ନିକଟରେ ଆଜି ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଶ୍ରୀ ରଘୁନାଥ ନାମକ ଏହି ଘରୋଇ ବସ୍‌ ଟି ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିଲା । ବସ୍ ରେ ପ୍ରାୟ ୪୫ ଜଣ ଯାତ୍ରୀ ଥିଲେ । ଶାଳଭଙ୍ଗା ନିକଟରେ ବସ୍ ଟି ଭାରସାମ୍ୟ ହରାଇ ଜାତୀୟ ରାଜପଥ କଡ଼ରେ ଥିବା ଏକ ବିଲ ଭିତରକୁ ପଶି ଯାଇଥିଲା । ତେବେ ବସ୍‌ଟି ଓଲଟି ନଥିଲା ।

ଘଟଣା ସଂପର୍କ ରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଆମ୍ବୁଲାନ୍ସ ଯୋଗେ ଆହତ ମାନଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ।ପୁଲିସ୍ ଘଟଣାର ତଦନ୍ତ କରୁଛି । ନୟାଗଡ଼ ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ ।

Ad 1