ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀ ଶ୍ରୀ ରଘୁନାଥଙ୍କ ମନ୍ଦିର ପରିସରରେ ଏକ ଫାଣ୍ଡି ଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ନ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିଲା ।ଏହି ମନ୍ଦିରରେ ନଅ ଦିନ ବ୍ୟାପି ରାମନବମୀ ଯାତ୍ରା ଓ ଅନ୍ୟାନ୍ୟ ଯାନିଯାତ୍ରା ସମୟରେ ମହିଳାଙ୍କ ବେକରୁ ସୁନାଚେନ ସହିତ ଅନ୍ୟାନ୍ୟ ଜିନିଷ ସବୁ ଲୁଟପ।ଟ ହେଉଥିଲା ଯାହାକି ଫାଣ୍ଡିରେ ପୋଲିସ କର୍ମଚାରୀ ରହୁଁନଥିବାରୁ ଏ ଭଳି ଅଘଟଣ ଘଟି ଚାଲିଥିଲା ।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଘୋର ଅସନ୍ତୋଷ ପ୍ରକାଶ ପାଉଥିଲା ।ଏହାକୁ ନେଇ ମନ୍ଦିର ପୂଜକ ସଭାପତି ପ୍ରଫୁଲ୍ଲ ମହାପାତ୍ର ଓ ସେବାସୀମାନେ ନୟାଗଡ଼ ଏସପି ରାହୁଲ ଜୈନ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ ।ଦାବିପତ୍ର ପାଇବାପରେ ଏସପି ଶ୍ରୀ ଜୈନ ଗୁରୁତ୍ବକୁ ଉପଲବ୍ଧି କରି ମନ୍ଦିର ପରିସରରେ ପୋଲିସ ସହାୟତା କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି ।

ଏଠାରେ ଜଣେ ଏ ଏସ ଆଇ,ଦୁଇଜଣ କନେଷ୍ଟବଳ ଓ ହୋମଗାର୍ଡ ନିଯୁକ୍ତି କରିଛନ୍ତି ।ଏତଦ୍ବ୍ୟତୀତ ପେଟ୍ରୋଲିଂ ପାଇଁ ଏକ ଗାଡି ନ ମଧ୍ୟ ଯୋଗାଇଦେଇଛନ୍ତି ।ଏସପି ଶ୍ରୀ ଯୁକ୍ତ ରାହୁଲ ଜୈନ ପୋଲିସ ସହାୟତା କେନ୍ଦ୍ରକୁ ଉଦ୍ଘାଟନ କରିବା ସହିତ ଏହା ଆଜିଠାରୁ ଲୋକଙ୍କ ପାଇଁ କାମ କରିବ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍ପି ସନାତନ କାଲୋ,ଡ଼ିଏସପି ସୁକାନ୍ତ କୁମାର ପାତ୍ର,ଆର ଆଇ ବିଜୟ କୁମାର ମୁଦୁଲି,ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ଦେବୋତ୍ତର ମ୍ୟାନେଜର ତାପସ କୁମାର ପଟ୍ଟନାୟକ, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ଓ ଓଡ଼ଗାଁ ପୋଲସି କର୍ମଚାରୀ ଓ ସେବାୟତସଂଘର କର୍ମକର୍ତା ଉପସ୍ଥିତ ଥିଲେ ।ଏସ୍ପିଙ୍କ ଏତାଦୃଶ କାର୍ଯ୍ୟକୁ ଜନସାଧାରଣ ଓ ବୁଦ୍ଧିଜୀବୀ ମାନେ ଭୁରି ଭୁରି ପ୍ରଶଂସା କରିଛନ୍ତି ।