ଶ୍ରୀ ଶ୍ରୀ ରଘୁନାଥ ଜୀଉ ମହାବିଦ୍ୟାଳୟ ଗଣିଆ ରେ OKCL ର ଗୁରୁତ୍ଵପୂର୍ଣ୍ଣ ଆଲୋଚନ ଚକ୍ର ।

ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଅନ୍ତର୍ଗତ ସ୍ଥାନୀୟ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟ ଗଣିଆ ପରିସରରେ ଶୁକ୍ରବାର ମଧ୍ୟାହ୍ନରେ ଓଡ଼ିଶା ଜ୍ଞାନ ନିଗମ ଲି( ଓ . କେ. ସି. ଏଲ୍) ଆନୁକୁଲ୍ୟରେ ସୂଚନା ପ୍ରଯୁକ୍ତି ବିଦ୍ୟା ଉପରେ ଏକ ଆଲୋଚନାଚକ୍ର ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗରୁ ପ୍ରାୟ ୧୫୦ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ଆଲୋଚନାଚକ୍ର ଆରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ପଣ୍ଡା ସଭା ର ସଭାପତିତ୍ବ କାର୍ଯ୍ୟ ନିର୍ବାହ କରିଥିଲେ। ପରେ ପରେ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ଶ୍ରୀଯୁକ୍ତ ଅଶୋକ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସୂଚନା ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧରେ ଛାତ୍ର ଛାତ୍ରୀଙ୍କୁ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ତତ୍ ସହିତ ଆଲୋଚନା ଚକ୍ର ର କାର୍ଯ୍ୟ ଭାର କୁ ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ଭଗବାନ ପୃଷ୍ଟି ସୁଚାରୁରୂପେ ଆଗକୁ ଆଗେଇନେଇଥିଲେ ।ଏହି ଆଲୋଚନାଚକ୍ର ରେ ମୁଖ୍ୟ ଅତିଥି ଭାବରେ ନୟାଗଡ ଜିଲ୍ଲା ଡି.ଏଲ୍.ସି ପ୍ରତାପ କୁମାର ମହାନ୍ତି , ସମ୍ମାନିତ ଅତିଥି ଭାବେ ଦଶପଲ୍ଲା କେନ୍ଦ୍ରର ମୁଖ୍ୟ ଶିରିସ ରଞ୍ଜନ ସାହୁ , ନୟାଗଡ଼ କେନ୍ଦ୍ରର ମୁଖ୍ୟ ଶ୍ରୀଯୁକ୍ତ ଧିରେନ୍ କୁମାର୍ ପଟ୍ଟନାୟକ , ଗଣିଆ କେନ୍ଦ୍ରର ମୁଖ୍ୟ ବିଜୟଲକ୍ଷ୍ମୀ ରାଉତ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଛାତ୍ରଛାତ୍ରୀ ଙ୍କୁ ବର୍ତ୍ତମାନ ଯୁଗ ରେ କମ୍ପ୍ୟୁଟର ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକାନ୍ତ ଆବଶ୍ୟକ ବୋଲି ମତ ଦେଇଥିଲେ।

ସୂଚନା ପ୍ରଯୁକ୍ତି ବିଦ୍ୟା ଯେଉଁଭଳି ଭାବରେ ତାର କାୟା ବିସ୍ତାର କରିଛି ପ୍ରତ୍ୟେକ ସରକାରୀ ଚାକିରୀ ଠାରୁ ଆରମ୍ଭ କରି ପ୍ରାଇଭେଟ୍ କମ୍ପାନୀରେ କାମ କରିବାକୁ ହେଲେ କୌଣସି ସ୍ଵୀକୃତି ପାଇଥିବା ସଂସ୍ଥାରୁ ସାର୍ଟିଫିକେଟ ର ଆବଶ୍ୟକ ରହିଛି ବୋଲି ସୂଚନା ଦେଇଥିଲେ । ବିଭିନ୍ନ ଗଳ୍ପ ମାଧ୍ୟମରେ ଅତି ସୁନ୍ଦର୍ ଭାବରେ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ମହାନ୍ତି ପିଲାମାନଙ୍କୁ କମ୍ପ୍ୟୁଟର ଶିକ୍ଷାର ଉପାଦେୟତା ଉପରେ ବୁଝାଇଥିଲେ । ମହାବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗର ଅଧ୍ୟାପକ ଶ୍ରୀ ରାକେଶ କୁମାର ବରାଡ ସଭାର ଶାନ୍ତିଶୃଙ୍ଖଳା ବଜାୟ ରଖିବାରେ ସହଯୋଗ କରିଥିଲେ। ପରିଶେଷରେ ଶ୍ରୀଯୁକ୍ତ ପଟ୍ଟନାୟକ ଛାତ୍ର ଛାତ୍ରୀ ଙ୍କୁ ଆଜିକାଲି ର ଠକ ସଂସ୍ଥା ଠାରୁ ଦୂରେଇ ରହି ସଠିକ୍ କେନ୍ଦ୍ରରେ କମ୍ପୁଟର ଅଧ୍ୟୟନ ନିମନ୍ତେ ସୂଚିତ କରିଥଲେ ଏବଂ ତାଙ୍କ ବକ୍ତବ୍ୟ ରେ OKCL ର OS-CIT, OS-CIT A , OS-CIT A+ , Tally ଏକ ଅନ୍ତଃରାଷ୍ଟ୍ରୀୟ ମାନର ପାଠ୍ୟକ୍ରମ ଯାହାକି ଓଡ଼ିଶା ସରକର ଙ୍କ ଦ୍ଵାରା ସ୍ୱୀକୃତି ପ୍ରାପ୍ତ ସଂସ୍ଥା ଏବଂ ଏହା ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ଉନ୍ନତ ଭବିଷ୍ୟତ ରେ କାର୍ଯ୍ୟକାରୀ ହେବ ବୋଲି କହିଥିଲେ । ପରିଶେଷରେ ଗଣିଆ କେନ୍ଦ୍ରର ମୁଖ୍ୟ ବିଜୟଲକ୍ଷ୍ମୀ ରାଉତ ଛାତ୍ର ଛାତ୍ରୀ ଙ୍କ ଉତ୍ସାହ ନିମନ୍ତେ ଆକର୍ଷଣୀୟ ଅଫର୍ ପ୍ରଦାନ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

You might also like