Skip to content

ଶ୍ୟାମାକାଳୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ଖଣ୍ଡପଡା ବ୍ଲକରେ ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ପରେ ଶ୍ୟାମାକାଳୀ ପୂଜା ପାଇଁ ତତ୍ପରତା ପ୍ରକାଶ ପାଇଛି। ଖଣ୍ଡପଡା ବ୍ଲକ କୁମ୍ଭାରପଡା ତ୍ରିନାଥ ଛକ ଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ଶ୍ୟାମାକାଳୀ ପୂଜା ଆୟୋଜିତ ହେବାପାଇଁ ପ୍ରସ୍ତୁତି ଜୋରଦାର ହେଉଥିବା ଦେଖିବାକୁ ମିଳୁଛି। ପୂଜାକମିଟି ର ସଭାପତି ଙ୍କ ଆବାହକତ୍ୱରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପୂଜାମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଚଳିତବର୍ଷ ର କାଳୀ ପୂଜା ବେଶ ଆଡମ୍ବର ସହକାରେ ପାଳିତ ହେବ ବୋଲି ପୂଜାକମିଟି ସୂତ୍ରରୁ ସୂଚନା ମିଳିଛି। ସାଜସଜା, ତୋରଣ, ମେଢ଼ ଆଦି ପୂର୍ବ ବର୍ଷ ତୁଳନା ରେ ଉନ୍ନତ ଧରଣ ର କରାଯିବା ପାଇଁ ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଛି। ଇତ୍ୟାବଶରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯିବ ବୋଲି ଜଣାପଡ଼ିଛି।ଆସନ୍ତା ନଭେମ୍ବର ୧ତାରିଖ ଶୁକ୍ରବାର ଦିନ ପୌରାଣିକ ନାଟକ ‘କୃଷ୍ଣ ସୁଦାମା ଭେଟ ‘ଏବଂ ୨ ତାରିଖ ଶନିବାର ଦିବା ୧ଘଟିକା ସମୟରେ ନବରଙ୍ଗୀ ହେବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ସୂତ୍ରରୁ ସୂଚନା ମିଳିଛି।

Ad 1