ଜିଲ୍ଲା ସ୍ତରୀୟ ସଂଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଷ୍ଟାର ଅଫ୍ ନୟାଗଡ଼ର ସେମିଫାଇନାଲ ସ୍ଥାନୀୟ ସତ୍ୟମ କମ୍ପ୍ୟୁଟର ପରିସରରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ର ବିଭିନ୍ନ ବ୍ଲକରୁ ଚୟନ ହୋଇ ଆସିଥିବା ୨୦ ଜଣ ପ୍ରତିଯୋଗୀଙ୍କୁ ନେଇ ସେମିଫାଇନାଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ସେମିଫାଇନାଲରୁ ୧୧ ଜଣ ପ୍ରତିଯୋଗୀ ଫାଇନାଲ କୁ ପ୍ରବେଶ କରିଛନ୍ତି । ୧୧ ଜଣ ଫାଇନାଲିଷ୍ଟ ହେଲେ ଇପ୍ସିତା ପ୍ରିୟଦର୍ଶିନୀ, ଶେଖ୍ ତୈ।ଫିକ ଅଲ୍ଲୀ, ଲକ୍ଷ୍ମୀପ୍ରିୟା ନାୟକ, ଅମ୍ରିତା ରଥ, ଆଶୁତୋଷ ବେହେରା, ଜଗନ ବେହେରା, ମିଲନ କୁମାର ସ୍ବାଇଁ, ଶୁଭସ୍ମିତା ବେହେରା, ଲିପ୍ସାରାଣୀ ପଣ୍ଡା, ଦିବ୍ୟାଶା ପ୍ରିୟଦର୍ଶିନୀ ଓ ବିଶ୍ବଜିତ ନାୟକ ।
ସେମିଫାଇନାଲ ରେ ବିଚାରକ ଭାବେ ବିଶିଷ୍ଟ ଭାଓଲିନ୍ ବାଦକ ଶ୍ରୀ ପୁର୍ଣ୍ଣଚନ୍ଦ୍ର ଶତପଥୀ ଓ କଣ୍ଠଶିଳ୍ପୀ ଅନିତା ରାମ୍ ଯୋଗଦେଇଥିଲେ । ସୁଶାନ୍ତ ପାଇକରାୟ, ପ୍ରଦିପ ବରାଡ, ଏବଂ କାଜଲ ଡାକୁଆ ପ୍ରମୂଖ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଷ୍ଟାର ଅଫ୍ ନୟାଗଡ଼ ର ଫାଇନାଲ ୨୫ ଡିସେମ୍ବର ରେ ଅନୁଷ୍ଠିତ ହେବ, ଟପ୍ ୩ ପ୍ରତିଯୋଗୀଙ୍କୁ ଟ୍ରଫି ସହ ଆର୍ଥିକ ପୁରଷ୍କାର ପ୍ରଦାନ କରାଯିବ ଏବଂ ବିଜେତାଙ୍କୁ ନେଇ ଏକ ଆଲବମ ପ୍ରସ୍ତୁତ କରାଯିବ ବୋଲି ଏହାର ସଂଯୋଜକ ଧିରେନ୍ଦ୍ର କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।