ସଂଗୀତ ଧାରା ପକ୍ଷରୁ ଭକ୍ତି ସଂଗୀତ ପ୍ରତିଯୋଗିତା

ନୟାଗଡ଼ ଜିଲ୍ଲା ର ଅଗ୍ରଣୀ ସଂଗୀତାନୁଷ୍ଠାନ ସଂଗୀତ ଧାରା ପକ୍ଷରୁ ଜିଲ୍ଲା ର ଲୁକାୟିତ ସଂଗୀତ ପ୍ରତିଭା ତଥା କଣ୍ଠଶିଳ୍ପୀ ମାନଙ୍କୁ ଲୋକ ଲୋଚନ କୁ ଆଣିବାକୁ ସେମାନଙ୍କୁ ଉତ୍ସାହିତ କରିବା ଲକ୍ଷ ରେ ଏକ ଭକ୍ତି ସଂଗୀତ ପ୍ରତିଯୋଗିତାଆସନ୍ତା ଡିସେମ୍ବର ମାସ 3ତାରିଖ ରବିବାର ଠାରୁ ଆରମ୍ଭ ହେବାକୁ ଯାଉଛି, ଏଥିରେ 14ରୁ 24ବର୍ଷ ବୟସ ର ଉଭୟ ପୁଅ, ଝିଅ ଅଂଶ ଗ୍ରହଣ କରିପାରିବେ, ଉଚ୍ଚ ବିଦ୍ୟାଳୟ ମହାବିଦ୍ୟାଳୟ, ବିଶ୍ୱ ବିଦ୍ୟାଳୟ, ସଂଗୀତ ଅନୁଷ୍ଠାନ, ଓ ଏହା ବାହାରେ ଥିବା ପୁଅ ଝିଅ, ମାନେ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିପାରିବେ,ପ୍ରତିଯୋଗୀ ମାନେ ଶାଳୀନତାଭିତିକ ଭଜନ, ଜଣାଣ, ଧର୍ମୀୟ, ଲଘୁ ସଂଗୀତ, ଆଦି ପରିବେଷଣ କରିପାରିବେ,

ପ୍ରଥମ ପର୍ଯ୍ୟାୟ ରେ ପ୍ରତି ଯୋଗୀ ମାନେ, ବିନା ବଦ୍ୟ ଯନ୍ତ୍ର ରେ ସଂଗୀତ ପରିବେଷଣ କରିବେ, ପ୍ରଥମ ପର୍ଯ୍ୟାୟ ରେ ଉତୀର୍ଣ୍ଣ ପ୍ରତିଯୋଗୀ ମାନେ ଦ୍ୱିତୀୟ ପର୍ଯ୍ୟାୟ ରେ ବାଦ୍ୟଯନ୍ତ୍ରସହିତ ସଂଗୀତ ପରିବେଷଣ କରିବେ, ନୟାଗଡ଼ ବ୍ଳକ ଏବଂ ଓଡ଼ଗାଁ ବ୍ଳକ ପ୍ରତିଯୋଗୀ ମାନେ ନୟାଗଡ଼ ଠାରେ, ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଳକ ର ପ୍ରତିଯୋଗୀ ମାନେ ଦଶପଲ୍ଲା ଠାରେ, ଖଣ୍ଡପଡ଼ା ଭାପୁର ବ୍ଳକ ର ପ୍ରତିଯୋଗୀ ମାନେ ଖଣ୍ଡ ପଡା ଠାରେ, ଏବଂ ରଣପୁର ବ୍ଳକ ର ପ୍ରତିଯୋଗୀ ମାନେ, ରଣପୁର ଠାରେ ସ୍ଥିରୀକୃତ ହୋଇଥିବା କେନ୍ଦ୍ର ରେ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ, ଭକ୍ତି ସଂଗୀତ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତି ଯୋଗୀ ଙ୍କୁ ନଗଦ 11ହଜାର ଟଙ୍କା, ପୁରସ୍କାର ଅର୍ଥ ରାଶି ପ୍ରଦାନ କରାଯିବା ସହିତ” ସଂଗୀତ କଲ୍ଲୋଳ ଉପାଧି ରେ ଭୁଷିତ କରାଯିବ, ଏଥି ସହିତ ଦ୍ୱିତୀୟ ଏବଂ ତୃତୀୟ ପ୍ରତିଯୋଗୀ ମାନଙ୍କୁ ଯଥା କ୍ରମେ 5ହଜାର ଏବଂ 3ହଜାର ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯିବ,ଆସନ୍ତା 3ତାରିଖ ଦିନ ନୟାଗଡ଼ ଓ ଓଡ଼ଗାଁ ବ୍ଳକ ର ପ୍ରତିଯୋଗୀ ମାନଙ୍କୁ ନେଇ ନୟାଗଡ଼ ଶିଶୁ ମନ୍ଦିର ଠାରେ ଦିନ 10ଟା ରେ ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତା ଆରମ୍ବ ହେବ ବୋଲି ସଂଗୀତ ଧାରାର ସଭାପତି ନାଟ୍ୟ ଭୁଷଣ ଡ଼ଃ ବିଜୟ ଚୌଧୁରୀ ଏବଂ ସମ୍ପାଦକ ପ୍ରଶାନ୍ତ କୁମାର ଦାସ ପ୍ରେସ ବିବୃତି ରେ ଜଣାଇଛନ୍ତି

You might also like