ନୟାଗଡ଼ ସ୍ଥିତ ମୈତ୍ରୀ ସଂସଦ କାର୍ଯ୍ୟାଳୟ ଠାରେ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ଙ୍କ ଅଧକ୍ଷତା ରେ ଓଡ଼ିଶାର ବରପୁତ୍ର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୟାଗଡ଼ ଜିଲ୍ଲା ର ପ୍ରଥମ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ରାଜ୍ୟ ସଭାସଦସ୍ୟ ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସ୍ମୁତି ଚାରଣ କରାଯାଇଥିଲା, ଆବାହକ ପ୍ରସନ କୁମାର ପଣ୍ଡା ବୈଠକ ର ଉଦେଶ୍ୟ ଓ ଲକ୍ଷ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ, ସର୍ବସଂମ୍ମତି ଓ ନିଷ୍ପତି କ୍ରମେ “ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସ୍ମୁତି ପରିଷଦ ଗଠନ କରାଗଲା,,
ପ୍ରସନ କୁମାର ପଣ୍ଡା ସଭାପତି, ପ୍ରବିରକୁମାର ପୃଷ୍ଟି ଉପସଭାପତି, ପ୍ରଦୀପ କୁମାର ସାହୁ ସମ୍ପାଦକ,, କାମାକ୍ଷା ପ୍ରସାଦ ଦାସ ଯୁଗ୍ନ ସମ୍ପାଦକ ଡକ୍ଟର ସୁକାନ୍ତି ମହାନ୍ତି କୋଷାଧକ୍ଷ,ପ୍ରଫୁଲ କୁମାର ନାୟକ ଓ ଶ୍ରୀଧର କୁମାର ସାହୁ ଙ୍କୁ କାର୍ଯ୍ୟକାରୀ କମିଟି ର ସଦସ୍ୟ ଭାବେ ମନୋନୀତ କରାଗଲା,ସାଧାରଣ ସଭା 21ଜଣକୁ ନେଇ ଗଠିତ ହେଲା, ନୂତନ ଗଠିତ ପରିଷଦ କୁ ସରକାରୀ ଭାବେ ପଞ୍ଜିକୃତ କରାଇବା ପାଇଁ ନିଷ୍ପତି ଗ୍ରହଣ କରାଗଲା,ଆବଶକୀୟ ବାଇଲ ଓ ମେମୋରାଣ୍ଡମ ଆସୋସିଏସନ ପ୍ରସ୍ତୁତ କରିବା ପାଇଁ ପ୍ରମୋଦ ପଟ୍ଟନାୟକ ଙ୍କୁ ଦାୟିତ୍ୱ ଅର୍ପଣ କରାଗଲା, ପରିଶେଷରେ କଳାକାର ଧନେଶ୍ୱର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ,