ସକ୍ରିୟ ସଦସ୍ୟତା ଅଭିଯାନ କାର୍ଯ୍ୟଶାଳା ଅନୁଷ୍ଠିତ

ଆଜି ତା ୧୪. ୧୦. ୨୦୨୪ ରିଖ ଦିନ ନୟାଗଡ ସ୍ଥିତ “ଈଶ୍ୱର କଲ୍ୟାଣୀ ମଣ୍ଡପ” ଠାରେ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ତାପସ ରଞ୍ଜନ ମାର୍ଥା ଙ୍କ ସରପଞ୍ଚତ୍ଵରେ ତଥା ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ପଣ୍ଡା ଙ୍କ ସଂଯୋଜନାରେ ସକ୍ରିୟ ସଦସ୍ୟତା ଅଭିଯାନ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇପାରିଛି । ଏଥିରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଯତୀନ୍‌ ମହାନ୍ତି ମୁଖ୍ୟ ଅତିଥି । ଜିଲ୍ଲା ସଦସ୍ୟତା ପ୍ରଭାରୀ ପ୍ରିୟବ୍ରତ ପ୍ରହରାଜ । ରଣପୁର ସଦସ୍ୟ ପ୍ରଭାରୀ ସନ୍ୟାସୀ ନାୟକ । ନୟାଗଡ଼ ସଦସ୍ୟତା ପ୍ରଭାରୀ, ପ୍ରସନ୍ନ ଦାଶ,ଦଶପଲ୍ଲା ସଦସ୍ୟତା ପ୍ରଭାରୀ -ସନ୍ତୋଷ ପ୍ରଧାନ, ଖଣ୍ଡପଡ଼ା ସଦସ୍ୟ ପ୍ରଭାରୀ -ସରୋଜ ରାଣା ଓ ନୟାଗଡ଼ ଜିଲ୍ଲା ବିଜେପିର ସମସ୍ତ ଜିଲ୍ଲା ପଦାଧିକାରୀ ମୋର୍ଚ୍ଚା ସଭାପତି, ମଣ୍ଡଳ ପ୍ରଭାରୀ,ମଣ୍ଡଳ ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସିଦ୍ଧାର୍ଥ ଶେଖର ସିଂହ, ଖଣ୍ଡପଡ଼ା ବିଧାୟକ ଦୁଷ୍କନ୍ତ ସ୍ଵାଇଁ, ଦଶପଲ୍ଲାର ବିଧାୟକ ପ୍ରାର୍ଥି ରାଘବ ମଲିକ ପ୍ରମୁଖ ସଦସ୍ୟ ସଂଗ୍ରହର ମହତ୍ତ୍ଵ ତଥା ମୋଦିଜୀଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନା କିପରି ଲୋକଙ୍କୁ ଘରକୁ ଘର ପହଞ୍ଚି ବୁଝାଇ ଦଳର ନୀତି ।

ଆର୍ଦଶ ରେ ଅନୁପ୍ରାଣୀତ କରି ଅଧିକରୁ ଅଧିକ ଲୋକଙ୍କୁ ଦଳରେ ସାମିଲ କରାଯିବ ସେ ଉପରେ ବ୍ୟାପକ ଭାବେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷକ କାର୍ଯ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କନ୍ଧମାଳ ଜିଲ୍ଲା ପ୍ରଭାରୀ – ବସନ୍ତ ପଟ୍ଟନାୟକ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ କୁମାର ନାୟକ ରାଜ୍ୟ ଯୁବ ମୋର୍ଚା କାର୍ଯ୍ୟକାରିଣୀ ସଦସ୍ୟ ଅଜୟ ନାୟକ, ଜିଲ୍ଳା କୃଷକ ସଭାପତି ଶ୍ରୀନିବାସ ପ୍ରଧାନ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଜ୍ଞାନରଞ୍ଜନ ସାହୁ , ନୂଆଗାଁ ବ୍ଲକ ସାଂସଦ ପ୍ରତିନିଧି ଭୀମସେନ ସେଠୀ ଜିଲ୍ଲା ସାଧାରଣ ସମ୍ପାଦକ ବସନ୍ତ ମହାନ୍ତି , ପରେଶ ମିଶ୍ର, ଜିଲ୍ଲା ଅନୁସୁଚିତ ଜାତି ମୋର୍ଚା ସଭାପତିସୁଷାନ୍ତ ନାୟକ ଉପସ୍ଥିତ ରହି କର୍ମଶାଳାରେ ଉପସ୍ଥିତ ଥିବା ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ୫୦୦ରୁଅଧିକ ସକ୍ରିୟ କାର୍ଯ୍ୟ କର୍ତ୍ତା ଓ ସଦସ୍ୟତା ପ୍ରମୁଖଙ୍କୁ ମାର୍ଗଦର୍ଶନ ଦେବା ସହିତ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସର୍ବଶେଷରେ ଖଣ୍ଡପଡ଼ା ର ବରିଷ୍ଠ ବିଜେପି ନେତା ବିକ୍ରମ କେଶରୀ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।

You might also like