‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା , ୧୬ ଜଣ ସେମି ଫାଇନାଲକୁ ଉନ୍ନୀତ

ନୟାଗଡ଼,୨୭/୧୦ : ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଏନଏସି ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦାନ କରି ଭକ୍ତି ସଙ୍ଗୀତ ପ୍ରତିଯୋଗିତାକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ଉପସ୍ଥିତ ଥିଲେ । ଏହି ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର ୩୭ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ସତ୍ୟନାରାୟଣ ମହାପାତ୍ର , ରବୀନ୍ଦ୍ର କୁମାର ତ୍ରିପାଠୀ ଏବଂ ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ ୧୬ ଜଣ କଣ୍ଠଶିଳ୍ପୀଙ୍କୁ ସେମି ଫାଇନାଲ ପର୍ଯ୍ୟାୟ ପାଇଁ ଚୟନ କରିଥିଲେ।

ସଙ୍ଗୀତଧାରାର ସଭାପତି ଡ.ବିଜୟ କୁମାର ଚୌଧୁରୀ ଏବଂ ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ସଂଯୋଜକ ଲକ୍ଷ୍ମୀଧର ସାହୁଙ୍କ ସମେତ ସଙ୍ଗୀତଧାରା ସଦସ୍ୟ ଡ. ଆଶୁତୋଷ ମିଶ୍ର, ପ୍ରଭାତ ମିଶ୍ର,ପ୍ରଦୀପ୍ତ କୁମାର ରଥ, ଲକ୍ଷ୍ମୀଧର ମହାପାତ୍ର,ଜୟଶ୍ରୀ ଦେବୀ,ଗୋପୀନାଥ ସେଠି, ଅଶୋକ ମଲ୍ଲ, ବିଜୟାନନ୍ଦ ମହାପାତ୍ର, ମାଧବ ଡାକୁଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସୂଚନା ଯୋଗ୍ୟଯେ ଜିଲ୍ଲାର ସମସ୍ତ ୮ଟି ବ୍ଳକରେ କଣ୍ଠଶିଳ୍ପୀ ମାନଙ୍କର ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତା କରାଯିବ। ଏଥିରୁ ମନୋନୀତ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି ସହିତ ନଗଦ ୧୧ ହଜାର ଟଙ୍କା ପୁରସ୍କାର ଅର୍ଥରାଶି ଏବଂ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ କ୍ରମାନ୍ୱୟେ ୫ ହଜାର ଏବଂ ୩ ହଜାର ଅର୍ଥରାଶି ପୁରସ୍କାର ପ୍ରଦାନ ସକାଶେ ସ୍ଥିର କରାଯାଇଥିବା ବେଳେ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯିବ।

You might also like